ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ସାଇକେଲ୍‌ରେ ହଜ୍‌ ଗଲେ ବ୍ୟକ୍ତି, ବିମାନ ଟିକେଟ୍‌ ନେବାକୁ କଲେ ମନା

12/06/2022 at 4:16 PM

ନୂଆଦିଲ୍ଲୀ ୧୨ /୦୬; ପ୍ରତ୍ୟେକ ମୁସଲମାନଙ୍କର ସ୍ୱପ୍ନ ଯେ ସେ ତାଙ୍କ ଜୀବନରେ ଥରେ ହଜ୍  ଯିବେ। ଇସଲାମ ଧର୍ମାବଲମ୍ବୀ ଲୋକେ ହଜ୍ ଯାଇ ପୂଣ୍ୟ ଅର୍ଜନ କରନ୍ତି ବୋଲି ବିଶ୍ବାସ ରହିଛି। ଏମିତି କିଛି ଇଚ୍ଛା ନେଇ କଷ୍ଟଦାୟକ ରାସ୍ତା ଅତିକ୍ରମ କରିଛନ୍ତି ଜଣେ ବ୍ୟକ୍ତି। ସାଇକେଲ୍‌ରେ ସେ ହଜ୍‌ କରିଛନ୍ତି। ଆଫଗାନିସ୍ତାନର ଜଣେ ବ୍ୟକ୍ତି ସାଇକେଲରେ ହଜ୍ କରିବା ଘଟଣା ଏବେ ଚର୍ଚ୍ଚା ସାଉଁଟୁଛି।  ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।
ଭିଡିଓରେ ବ୍ୟକ୍ତି ଜଣଙ୍କ ସାଇକେଲ୍‌ ଚଲାଇ ହଜ୍‌ ଯାଉଥିବା ଦେଖାଦେଇଛି।  ଭାଇରାଲ ହେଉଥିବା ବ୍ୟକ୍ତିଙ୍କ ନାମ ନୁର ଅହମ୍ମଦ ବୋଲି କୁହାଯାଉଛି। ନୁର ଅହମ୍ମଦ ସମଗ୍ର ବିଶ୍ୱରେ ମୁସଲମାନମାନଙ୍କ ପାଇଁ ଏକ ପ୍ରେରଣା ହୋଇ ସାମ୍ନାକୁ ଆସିଛନ୍ତି। ଆଫଗାନିସ୍ତାନରୁ ସାଉଦି ଆରବ ପର୍ଯ୍ୟନ୍ତ ରାସ୍ତା ଦେଇ ହଜ୍‌ ଯାଇଛନ୍ତି ନୁର୍‌।  ଏହି ଲମ୍ବା ରାସ୍ତା ଅତିକ୍ରମ କରିଥିବାରୁ ତାଙ୍କୁ ଢେର୍‌ ପ୍ରଶଂସା ମିଳିଛି। ସେ ସାଡେ ୪ ହଜାର କିଲୋମିଟର ରାସ୍ତା ସାଇକେଲ୍‌ରେ ଯାଇଛନ୍ତି।
ସୋସିଆଲ ମିଡିଆରେ ନୁରଙ୍କ ଭିଡିଓ ଦେଖିବା ପରେ ଲୋକମାନେ ତାଙ୍କ ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୁର ଅହମ୍ମଦଙ୍କ ଏହି ଭିଡିଓ ଦେଖିବା ପରେ ଆଫଗାନିସ୍ତାନ ସରକାର ତାଙ୍କୁ ବିମାନ ଟିକେଟ ପ୍ରଦାନ କରିଛନ୍ତି ଯାହାକୁ ନେବାକୁ ସେ ମନା କରିଦେଇଛନ୍ତି।

   Related Posts