ପାକିସ୍ତାନର ଆବାସିକ ଅଞ୍ଚଳରେ ତାଲିବାନୀଙ୍କ ଗୁଳିମାଡ଼, ୬ ମୃତ ୧୭ ଆହତ

Published By : Prameya-News7 Bureau | December 12, 2022 IST

ଇସଲାମାବାଦ, ୧୨/୧୨: ପାକିସ୍ତାନ ସୀମାରେ ତାଲିବାନର ଆଖିବୁଜା ଗୁଳିଚାଳନା। ଗୁଳିମାଡ଼ର ଶିକାର ହେଲେ ସାଧାରଣ ନାଗରିକ। ଆଫଗାନ-ପାକ୍ ଚମନ ସୀମାର ଆବାସିକ ଅଞ୍ଚଳରେ ଆକ୍ରମଣରେ ୬ ଜଣକ ପ୍ରାଣ ଯାଇଥିବାବେଳେ ୧୭ ଆହତ ହୋଇଛନ୍ତି। ଆହତଙ୍କୁ ଚମନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନା ତାଲିବାନୀଙ୍କୁ ସୀମା ନିକଟରେ ଯାଞ୍ଚ ପୋଷ୍ଟ ନିର୍ମାଣ କରିବାକୁ ମନା କରିଥିଲେ। ଯାହାକୁ ନେଇ ଉତ୍ତେଜନା ହୋଇଥିଲା। ଆଉ ଦେଖୁ ଦେଖୁ ତାଲିବାନୀମାନେ ପାକିସ୍ତାନ ସୀମା ଭିତରେ ଆବାସିକ ଅଞ୍ଚଳରେ ସଶସ୍ତ୍ର ଆକ୍ରମଣ ଆକ୍ରମଣ କରିଥିଲେ। ଯେଉଁଥିରେ ଅନେକ ସାଧାରଣ ନାଗରିକ ଆହତ ହୋଇଥିଲେ।

କୁହାଯାଉଛି ଆହତଙ୍କ ମଧ୍ୟରେ ଅନେକ ଶିଶୁ ରହିଛନ୍ତି। ରିପୋର୍ଟ ଅନୁଯାୟୀ, ସମସ୍ତେ ପାକିସ୍ତାନ ନାଗରିକ। ଅବଶ୍ୟ ମୃତ୍ୟୁ ଆହୁରି ବଢ଼ିବାର ସମ୍ଭାବନା ରହିଛି। ସେପଟେ ପାକିସ୍ତାନ ସରକାର ସ୍ଥିତିର ଗଭୀରତାକୁ ଦେଖି କାବୁଲରେ ଆଫଗାନ ଅଧିକାରୀଙ୍କ ସହ ଯୋଗାଯୋଗ କରିଛନ୍ତି  ଏବଂ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତିରୁ ବର୍ତ୍ତିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.