ଟି-୨୦ ବିଶ୍ଵକପ୍‌ରେ ନ୍ୟୁଜିଲାଣ୍ଡର ଶୋଚନୀୟ ପରାଜୟ, ଇତିହାସ ରଚିଲା ଆଫଗାନିସ୍ତାନ

Published By : Prameya-News7 Bureau | June 08, 2024 IST

aajtak

ଗୁଏନା: ଆଫଗାନିସ୍ତାନ ଟି-୨୦ ବିଶ୍ଵକପ୍ ୨୦୨୪ରେ ବିପର୍ଯ୍ୟୟ ଘଟାଇଛି। ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ମୁକାବିଲାରେ ରେହମୁଲ୍ଲା ଗୁରୁବାଜଙ୍କ ଅର୍ଦ୍ଧଶତକ ପରେ ଫଜଲହକ ଫାରୁକି ଓ ରଶିଦ ଖାନଙ୍କ ଘାତକ ବୋଲିଂ ବଦଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି। ନ୍ୟୁଜିଲାଣ୍ଡକୁ ୮୪ ରନରେ ହରାଇ କ୍ରମାଗତ ଦୁଇଟି ବିଜୟ ସହ ଆଫଗାନିସ୍ତାନ ସି ଗ୍ରୁପରେ ଶୀର୍ଷରେ ରହିଛି। 

ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନର  ଟି-୨୦ କ୍ରିକେଟ୍ ଇତିହାସରେ ପ୍ରଥମ ବିଜୟ। ଟି-୨୦ ବିଶ୍ଵକପରେ ରନ ଦୃଷ୍ଟିରୁ ନ୍ୟୁଜିଲାଣ୍ଡର ଏହ ସବୁଠୁ ବଡ଼ ପରାଜୟ। ମ୍ୟାଚ୍‌ରେ ଟସ୍ ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୬ ଓ୍ଵିକେଟ୍ ହରାଇ ୧୫୯  ରନ କରିଥିଲା। ଦଳ ପକ୍ଷରୁ ଗୁରବାଜ ୮୦ ରନର ଦମଦାର ଇନିଂସ ଖେଳିଥିବା ବେଳେ ଇବ୍ରାହିମ ଜାରଦାନ ୪୪ ରନ କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୫.୨ ଓଭରରେ ୭୫ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ ଆଫଗାନିସ୍ତାନ ପକ୍ଷରୁ ଫଜଲହକ ଓ ରଶିଦ ଖାନ ଘାତକ ବୋଲିଂ କରି ପ୍ରତ୍ୟେକ ୪ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

Also read: ଭାରତ-ପାକ୍‌ ମ୍ୟାଚ୍‌ରେ ଆତଙ୍କୀ ହମଲା ପାଇଁ ମୈଦାନରେ ଲାଗିଲା କଟକଣା, ଜାଣନ୍ତୁ ସୁରକ୍ଷା ବ୍ୟବସ୍ଥା ରହିଛି କ’ଣ ?

ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ପକ୍ଷରୁ ରେହମୁଲ୍ଲା ଗୁରବାଜ ଓ ଇବ୍ରାହିମ ଜାରଦାନ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଓ୍ଵିକେଟ୍ ପାଇଁ ୧୦୩ ରନ ଯୋଡ଼ିଥିଲେ। ଜାରଦାନ ୪୪ ରନ କରି ଆଉଟ୍ ହେବାପରେ ଅହମତୁଲ୍ଲା ଉମରଜାଇ ୧୩ ବଲରୁ ୨୨  ରନ କରିଥିଲେ। ମାତ୍ର ଆଫଗାନିସ୍ତାନ ଦଳ କ୍ରମାଗତ ଦୁଇଟି ଓ୍ଵିକେଟ୍ ହରାଇଥିଲା।ଏହି ପରି ଆଫଗାନିସ୍ତାନ ୬ ଓ୍ଵିକେଟ୍ ହରାଇ ୧୫୯ ରନ କରିଥିଲା। ରେହମନୁଲ୍ଲା ୫୬ ବଲ୍‌ରୁ ୫ ଚୌକା ଓ ୫ ଛକା ଜରିଆରେ ୮୦ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ମ୍ୟାଟ ହେନରୀ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଲକି ଫର୍ଗ୍ୟୁସନକୁ ଗୋଟିଏ ସଫଳତା ମିଳିଛି।




୧୬୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ଆଫଗାନିସ୍ତାନ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲା। କ୍ରିଜରେ କୌଣସି ବ୍ୟାଟର ତିଷ୍ଠି ପାରି ନ ଥିଲେ। ପୁରା ଦଳ ୧୫.୨ ଓଭରରେ ମାତ୍ର ୭୫ ରନରେ ଅଲଆଉଟ୍ ହୋଇଥିଲା। ବୋଲିଂ ଫାରୁକି ୩.୨ ଓଭରରେ ୧୭ ରନ ଦେଇ ୪ ଓ୍ଵିକେଟ୍ ଓ ରଶିଦ ଖାନ ୪ ଓଭରରେ ୧୭ ରନ ଦେଇ ୪ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଅନୁଭବି ମହମ୍ମଦ ନବି ମଧ୍ୟ ମାତ୍ର ୧୬ ରନ ଦେଇ ଦୁଇଟି ସଫଳତା ପାଇଥିଲେ। 

 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.