ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପେଶାବର ଆଫଗାନ ବଜାର ବିବାଦ: ପାକିସ୍ତାନରେ ବନ୍ଦ ହେଲା ଆଫଗାନିସ୍ତାନ ବାଣିଜ୍ୟଦୂତାବାସ

13/10/2019 at 9:26 PM

ଇସ୍ଲାମାବାଦ:  ପାକିସ୍ତାନ ପେଶାବରରେ ଥିବା ଆଫଗାନ ବଜାରକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଛି। ଫଳରେ ଆଫଗାନିସ୍ତାନ ସରକାର ପାକିସ୍ତାନରେ ଥିବା ନିଜ ବାଣିଜ୍ୟ ରାଷ୍ଟ୍ରଦୂତଙ୍କୁ ସ୍ୱଦେଶ ଫେରାଇ ନେଇଛନ୍ତି । ପେଶାବରର ଏହି ବଜାର ଉପରେ ଆଫଗାନିସ୍ତାନର ମାଲିକାନା ରହିଛି। ତେବେ ପାକିସ୍ତାନ ବାଣିଜ୍ୟ ମନ୍ତ୍ରାଳୟ ମୁଖପାତ୍ର ଆଫଗାନ ସରକାରଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। ବଜାରରେ ଲାଗିଥିବା ଆଫଗାନିସ୍ତାନ ପତାକାକୁ ପାକ୍ ପୋଲିସ  ଓହ୍ଲାଇଦେବାରୁ ସରକାର ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛନ୍ତି।

ତେବେ ପାକିସ୍ତାନ ସରକାର ପୁଣି ବାଣିଜ୍ୟ ଦୂତାବାସ ଖୋଲିବାକୁ ଆଫଗାନ ସରକାରଙ୍କୁ ନିବେଦନ କରିଥିବା ବେଳେ ଏହା ଜଣେ ପାକିସ୍ତାନୀ ନାଗରିକ ଓ ଆଫଗାନିସ୍ତାନ ବ୍ୟାଙ୍କର ବିବାଦ ବୋଲି କହିଛନ୍ତି। ତେବେ ଏହାକୁ ନେଇ ସରକାର ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ନେବା ଅତ୍ୟନ୍ତ ଅଶୋଭନୀୟ  କହିଥିବା ବେଳେ ଆଫଗାନିସ୍ତାନ ସରକାର ନିଜ ଜିଦ୍ ରେ ଅଟଳ ରହିଛନ୍ତି।

ପେଶାବରର ଆଫଗାନ ବଜାର ଉପରେ ଆଫଗାନିସ୍ତାନ ସରକାର ନିଜର ଅଧିକାର ଜାହିର କରୁଥିବା ବେଳେ ମାମଲାରେ ପାକ୍ କୋର୍ଟଙ୍କ ରାୟକୁ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ପାକ୍ ସରକାର ଆଫଗାନ ସରକାର ତାଙ୍କ ଯୁକ୍ତିକୁ ବୁଲେଇ ବଙ୍କେଇ ରଖୁଥିବା ଅଭିଯୋଗ କରୁଛନ୍ତି। ତେବେ ଆଫଗାନିସ୍ତାନ ସରକାର ତାଙ୍କର ସମ୍ପତ୍ତି ବୋଲି ଦାବି କରୁଛନ୍ତି। ତେବେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଦେଶରେ ଆଫଗାନିସ୍ତାନ ବାଣିଜ୍ୟ ଦୂତାବାସ ବନ୍ଦ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି।

   Related Posts