oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଟାଇମ୍ସ ମାଗାଜିନରେ ଆଫଗାନିସ୍ତାନ ସାମ୍ବାଦିକା : ପିଲାଦିନେ ତାଲିବାନ ଭୟରେ ଛାତ୍ରଙ୍କ ପୋଷାକ ପିନ୍ଧି ଯାଉଥିଲେ ସ୍କୁଲ

8/03/2022 at 12:10 PM

ନୂଆଦିଲ୍ଲୀ,୦୮/୦୩: ସାରା ବିଶ୍ୱରେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହାପୂର୍ବରୁ ଗତବର୍ଷ ଆଫଗାନିସ୍ତାନ ଚର୍ଚ୍ଚାରେ ରହିଥିଲା । କାରଣ ଆଫଗାନିସ୍ତାନକୁ ତାଲିବାନ କବଜା କରିନେଇଥିଲା । ଏପରିକି ତାଲିବାନ ସରକାର ମହିଳା ବିରୋଧୀ ମନୋଭାବ ପୋଷଣ କରୁଥିବା, ସେମାନଙ୍କର ଶିକ୍ଷା, ଅଫିସ ଯିବା ଓ ବସ୍ତ୍ର ପରିଧାନ ଉପରେ କଟକଣା ଲଗାଇଥିବା ଖବର ଆସିଥିଲା । ଏହି ସମୟରେ ଆଫଗାନିସ୍ତାନର ଜଣେ ଯୁବ ସାମ୍ବାଦିକା ଚର୍ଚ୍ଚାରେ ରହିଥିଲେ । ବ୍ରିଟେନରେ ରହୁଥିବା ଏହି ଆଫଗାନୀ ସାମ୍ବାଦିକା ଜହରା ଜୋୟାଙ୍କୁଟାଇମ୍ସ ମାଗାଜିନ୍ ଓ୍ୱିମେନ୍ ଅଫ୍ ଦି ଇଅର ତାଲିକାରେ ସାମିଲ କରିଛି ।

ସୂଚନାନୁସାରେ, ପ୍ରତିଷ୍ଠିତ ଟାଇମ୍ ମାଗାଜିନ୍ ଓ୍ୱିମେନ୍ ଅଫ୍ ଦି ଇଅର ଲିଷ୍ଟ ଜାରି କରିଥାଏ । ଏଥିରେ ଅନେକ ମହିଳାଙ୍କୁ ସାମିଲ କରାଯାଇଛି । ଏଥିରେ ଜହରାଙ୍କ ନାଁ ବି ରହିଛି । ତାଙ୍କୁ ବ୍ରିଟେନ୍ ସପରିବାର ଶରଣ ପ୍ରଦାନ କରିଛି । ସେଠାରେ ହିଁ ସେ ନିଜର ନ୍ୟୁଜ ଏଜେନ୍ସି ପରିଚାଳନା କରୁଛନ୍ତି ।

ଦି ଗାର୍ଜିଆନର ଏକ ରିପୋର୍ଟ ଅନୁସାରେ, ତାଲିବାନ ସମୟରେ ଯୁବତୀଙ୍କୁ ସ୍କୁଲ ଯିବାକୁ ବାରଣ କରାଯାଉଥିଲା । ସେ ପୁଅଙ୍କ ପୋଷାକପିନ୍ଧି ସ୍କୁଲ ଯାଉଥିଲେ । ସେବେଠୁ ତାଙ୍କ ମନରେ ଆଫଗାନ ମହିଳାଙ୍କ ପାଇଁ ସ୍ୱର ଉଠାଇବା ଭାବନା ଆସିଥିଲା ।

୨୦୨୦ରେ ଜହରା ଆଫଗାନିସ୍ତାନର କିଛି ମହିଳା ସାମ୍ବାଦିକଙ୍କ ସହ ମିଶି ନ୍ୟୁଜ ଏଜେନ୍ସି ଆରମ୍ଭ କରିଥିଲେ । ସେ ତାଲିବାନ ଭୟରେ ବଞ୍ଚୁଥିବା ମହିଳାଙ୍କ ଉପରେ ରିପୋର୍ଟିଂ କରି ଚର୍ଚ୍ଚାକୁ ଆସିଥିଲେ । ତାଲିବାନ ଆତଙ୍କ ମଧ୍ୟରେ ତାଙ୍କ ଟିମ୍ ଲୁଚିଛପି ରିପୋର୍ଟିଂ କରୁଥିଲା ।

   Related Posts