ଆଫଗାନିସ୍ତାନକୁ ପାକିସ୍ତାନର ପତ୍ର, ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଅଜହରକୁ ଠାବ କରି ଗିରଫ କର

Published By : Prameya-News7 Bureau | September 14, 2022 IST

ଇସ୍ଲାମାବାଦ ୧୪।୯: ପାକିସ୍ତାନ ଜୈସ-ଏ-ମହମ୍ମଦ ନେତା ମାସୁଦ ଅଜହରକୁ ଠାବ କରି ତାକୁ ଗିରଫ କରିବା ପାଇଁ ଆଫଗାନିସ୍ତାନକୁ ଏକ ପତ୍ର ଲେଖିଥିବା ଜଣାପଡିଛି। ପାକିସ୍ତାନୀ ଗଣମାଧ୍ୟମ ସୂତ୍ର ଅନୁସାରେ ମାସୁଦ ଆଫଗାନିସ୍ତାନର ନଙ୍ଗରହାର ଅଥବା କୁନାହାର ଅଞ୍ଚଳରେ ଆତ୍ମଗୋପନ କରିଥାଇପାରେ ବୋଲି ପାକିସ୍ତାନ ପତ୍ରରେ ଆଶଙ୍କା କରିଛି। ଏଣୁ ତାକୁ ଖୋଜି ଗିରଫ କରିବା ସହ ସୂଚିତ କରିବା ପାଇଁ ପତ୍ରରେ କୁହିଛି।

ପାକିସ୍ତାନ ଏପରି ଏକ ସମୟରେ ଏହି ନୀତି ଅବଲମ୍ବନ କରିଛି ଯେତେବେଳେ ପ୍ୟାରିସସ୍ଥିତ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଏଫ) କଡା ମନବୃତ୍ତି ଅବଲମ୍ବନ କରିଛନ୍ତି। ନିକଟରେ ଏଫଏଟିଏଏଫଙ୍କ ପ୍ରତିନିଧି ଦଳ ପାକିସ୍ତାନ ଗସ୍ତ କରିଥିଲେ। ଏହି ଗସ୍ତକାଳରେ ଆତଙ୍କବାଦ ବିରୋଧରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନ ଉଲ୍ଲେଖନୀୟ ନଥିବା ଜାଣିପାରିଥିଲେ। ପାକିସ୍ତାନ ଏବେ ଏଫଏଟିଏଏଫଙ୍କ ଗ୍ରେ ଲିଷ୍ଟରେ ରହିଛି। ଏହା ସତ୍ତ୍ୱେ ନୀତି ପରିବର୍ତ୍ତନ କରୁ ନଥିବାରୁ ପ୍ରତିନିଧି ଦଳ ଅସନ୍ତୋଷ ପ୍ରକାଶ କରିଥିଲେ।

{"id":684019,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ମାସୁଦ ଅଜହର ଆତଙ୍କବାଦ ସଙ୍ଗଠନ ଜୈସ୍-ଏ-ମହମ୍ମଦର ସଂସ୍ଥାପକ ଓ ଭାରତରେ ହୋଇଥିବା ଅନେକ ଆତଙ୍କବାଦ ଗତିବିଧି ଲାଗି ସିଧାଶଳଖ ଦାୟୀ। ୧୯୯୮ କାନ୍ଧାର ବିମାନ ଅପହରଣ, ଜମ୍ମୁ-କାଶ୍ମୀର ବିଧାନସଭା ଆକ୍ରମଣ, ୨୦୦୧ ଦିଲ୍ଲୀ ସଂସଦ ଭବନ ଆତଙ୍କବାଦ ଆକ୍ରମଣ ଆଦି ପଛରେ ମାସୁଦ ଅଜହରର ମାଷ୍ଟରମାଇଣ୍ଡ ଥିଲା। ଏହା ଛଡା ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ମାସୁଦ ଅଜହରକୁ  ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରିଛି।

ତେବେ ଭାରତର ପଡୋସୀ ଦେଶ ପାକିସ୍ତାନ ସବୁ ବେଳେ ମାସୁଦ ଅଜହରକୁ ନେଇ ମିଥ୍ୟା ତଥ୍ୟ ଦେଇଆସିଛି। ସେ ପାକିସ୍ତାନରେ ରହୁନଥିବା କହୁଛି। ତେବେ ସେ ହୁଏତ ଆଫଗାନିସ୍ତାନ ଲୁଚି ପଳାଇଥାଇପାରେ ବୋଲି ସନ୍ଦେହ ବ୍ୟକ୍ତ କରୁଥିବା ବେଳେ ଠାବ କରି ଗିରଫ କରିବା ପରେ ପାକିସ୍ତାନକୁ ସୂଚିତ କରିବାକୁ କହିଛି।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.