'୧୯୭୧ ପରି ବିଭାଜନ କରିବୁ', ପାକିସ୍ତାନକୁ ଖୋଲା ଧମକ ଦେଲା ତାଲିବାନ

Published By : Prameya-News7 Bureau | February 19, 2024 IST

ନୂଆଦିଲ୍ଲୀ: ତାଲିବାନର ଡେପୁଟୀ ବିଦେଶ ମନ୍ତ୍ରୀ ଅଫଗାନିସ୍ତାନ ଶରଣାର୍ଥୀଙ୍କୁ ପାକିସ୍ତାନରୁ ବାହାରି ଯିବା ପାଇଁ ଧମକ ଦେଇଛନ୍ତି । ତାଲିବାନର ଉପବିଦେଶ ମନ୍ତ୍ରୀ ସେର ମହମ୍ମଦ ଅବ୍ବାସ ଷ୍ଟେନିକଜଇ ପାକିସ୍ତାନକୁ ୧୯୭୧୪ ପରି ଭାଗ କରିବା ନେଇ ଧମକ ଦେଇଛନ୍ତି । ତାଲିବାନ କହିଛି ଯେ ସେମାନେ ନକଲି ଡୁରଣ୍ଡ ରେଖାକୁ ମାନ୍ୟତା ଦେଉଛନ୍ତି, ଆମେ ଏହି ସୀମାକୁ ମାନ୍ୟତା ଦେଉ ନାହୁଁ । ଏହି ସୀମାରେଖା ଆର ପଟେ ବି ଆଫଗାନିସ୍ତାନ ଅଛି ।

ତାଲିବାନର ବରିଷ୍ଠ ମନ୍ତ୍ରୀ ଆଫଗାନ ଶରଣାର୍ଥୀଙ୍କୁ ପାକିସ୍ତାନ ଛାଡ଼ି ଚାଲିବା ଉପରେ ଜୋର ଦେଇଛନ୍ତି । ବିଦେଶ ମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନ ବିଭାଜନ ପୁଣି ଥରେ ଇତିହାସକୁ ଦୋହରାଇବ ଏବଂ ପାକିସ୍ତାନକୁ ଦୁଇ ଖଣ୍ଡ କରାଯିବ ।

wp:html /wp:html

ଦ ବଲୁଚିସ୍ତାନ ପୋଷ୍ଟର ରିପୋର୍ଟ ଅନୁସାରେ, ତାଲିବାନ ଦ୍ୱାରା ନିଯୁକ୍ତ ଉପବିଦେଶ ମନ୍ତ୍ରୀ ସେର ମହମ୍ମଦ ଅବ୍ବାସ ଷ୍ଟାନିକଜଇ ପାକିସତାନର ପଖତୁନ ଜନଜାତିଙ୍କ ମଧ୍ୟରେ ଏକତାକୁ ସେମାନଙ୍କ ସ୍ୱାଧୀନତା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଡୁରଣ୍ଡ ରେଖା ପାକିସ୍ତାନର ଅଧା ଭାଗକୁ ସେମାନଙ୍କୁ ଠାରୁ ଅଲଗା କରୁଛି, ସେ ଏହି ସୀମାରେଖାକୁ କେବେ ବି ମାନ୍ୟତା ଦେଇ ନାହାନ୍ତି ଏବଂ ଭବିଷ୍ୟତରେ ବି ଏହା କରିବେ ନାହିଁ ।

ରିପୋର୍ଟ ଅନୁସାରେ, ତାଲିବାନ କହିଛି ଯେ ପାକିସ୍ତାନ ଲଗାତାର ନିଜ ଦେଶରେ ଆତଙ୍କୀଙ୍କୁ ସୁରକ୍ଷା ଦେଉଛି, ଭାରତ ସମେତ ଅନେକ ଦେଶରେ ଆତଙ୍କବାଦୀଙ୍କୁ ପଠାଉଛି । ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ପାକିସ୍ତାନରୁ ଆଫଗାନିସ୍ତାନ ସୀମା ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳେ ଗୁଳିମାଡ଼ ଖବର ସାମନାକୁ ଆସିଥିଲା । ଉଲ୍ଲେଖଯୋଗ୍ୟ ଯେ ୧୯୭୧ ମସିହାରେ ପାକିସ୍ତାନକୁ ହରାଇଥିଲା ଭାରତ, ଯାହା ପରେ ବାଂଲାଦେଶର ଗଠନ ହୋଇଥିଲା ।     

ପଢନ୍ତୁ: ପାକିସ୍ତାନ ପାଇଁ କାଳ ହେଉଛି ତାଲିବାନ: ଖାଇବର ପଖତୁନ୍‌ଖ୍ୱାର ଏକାଧିକ ଗାଁ ଉପରେ କବ୍‌ଜା କଲା ଟିଟିପି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.