ଭୁବନେଶ୍ବର ୨୭/୧୨: ନିଆଁ ଲଗାଇବାକୁ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସ ନିଜ ଆଡ଼ୁ ଏତଲା ଦେଇ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି । ପୋଲିସର ଏଭଲି ଆକ୍ସନର ଜବାବ ବି ରଖିଛନ୍ତି ପ୍ରଦୀପ । ସେପଟେ ପୂରା ଘଟଣାରେ ଦୁଃଖ ପ୍ରକାଶ କରି ପ୍ରଦୀପଙ୍କୁ ଜବାବ ତଲବ କରିଛନ୍ତି ପିସିସି ସଭାପତି ।
{"id":203429,"sizeSlug":"large"}ନିଆଁ ଲଗାଇବା ନିର୍ଦ୍ଦେଶ ଏବେ ପ୍ରଦୀପ ମାଝିଙ୍କ ପାଇଁ ଅଡ଼ୁଆ ହୋଇଛି । ନବରଂଗପୁର ଟାଉନ ଥାନା ପୋଲିସ ପ୍ରଦୀପଙ୍କ ବିରୋଧରେ ମାମଲା ରୁଜୁ କରିଛି। ହିଂସାକୁ ଉସୁକାଉଥିବା ଅଭିଯୋଗରେ ତାଙ୍କ ବିରୋଧରେ ଲାଗିଛି ଦଫା। ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସମେତ ୧୫ ଜଣଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ପୋଲିସର ଏହି ଆକ୍ସନ ପରେ ପ୍ରଦୀପ ବି ପ୍ରତିକ୍ରିୟା ରଖିଛନ୍ତି । ପ୍ରଦୀପ ପାଲଟା ପ୍ରଶ୍ନ କରିଛନ୍ତି, ପୋଲିସ ତାଙ୍କ ନାଁରେ ତ ମାମଲା ରୁଜୁ କରିପାରିବ ହେଲେ ପୀଡ଼ିତାଙ୍କୁ ନ୍ୟାୟ ଦେଇପାରିବ କି?
{"id":203430,"sizeSlug":"large"}ସେପଟେ ମଉକା ଦେଖି କଂଗ୍ରେସକୁ ଘେରିଛି ବିଜେପି । ବିଜେପି କହିଛି ଏହା ହେଉଛି କଂଗ୍ରେସର ଚରିତ୍ର । କଂଗ୍ରେସ ସବୁବେଳେ ହିଂସାକୁ ଉସକାଇଥାଏ । ସାରା ଦେଶରେ କଂଗ୍ରେସ ଏବେ ଏୟା ହିଁ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକ୍ଷେପ କରିଛନ୍ତି। ବିଜେଡି ବି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛି ପ୍ରଦୀପଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ପୂରା ଘଟଣା ଲାଗି ଦୁଃଖ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କାହିଁକି ଦଳର କାର୍ଯ୍ୟକାରୀ ସଭାପତି ଏଭଳି ହିଂସାତ୍ମକ ମନ୍ତବ୍ୟ ଦେଲେ, ସେଥିଲାଗି ଜବାବ ତଲବ ହୋଇଥିବା କହିଛନ୍ତି ।
{"id":203431,"sizeSlug":"large"}ଯଦିଓ ପ୍ରଦୀପ ନିଜ ବକ୍ତବ୍ୟକୁ ନେଇ ଏବେବି ଅଡ଼ି ରହିଛନ୍ତି। ତେବେ ଦେଶରେ ଦେଖାଦେଇଥିବା ଆଣ୍ଟି ସିଏଏ ହିଂସାତ୍ମକ ଆନ୍ଦୋଳନ ସହିତ ଏବେ ଏହାକୁ ଯୋଡୁଛି ବିଜେପି। ଯାହାକୁ ନେଇ କଂଗ୍ରେସ ଚାପକୁ ଆସିଯାଇଛି।
{"id":203432,"sizeSlug":"large"}