ଲ୍ୟାଣ୍ଡିଂ ବେଳେ ଧକ୍କା ହେଲା ଦୁଇ ବିମାନ : ଅନେକ ଯାତ୍ରୀ ମୃତାହତ ଆଶଙ୍କା

Published By : Prameya-News7 Bureau | August 19, 2022 IST

ନୂଆଦିଲ୍ଲୀ, ୧୯|୦୮: ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ । ଉତ୍ତର କାଲିଫର୍ଣ୍ଣିଆରେ ଏକ ସ୍ଥାନୀୟ ବିମାନବନ୍ଦରରେ ଲ୍ୟାଣ୍ଡିଂ ବେଳେ ଦୁଇ ବିମାନ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ୟୁଏସ ଟୁଡେ ରିପୋର୍ଟ ଅନୁସାରେ, ଗୁରୁବାର ଦିନ ପ୍ରାୟ ୩ଟାରେ ହ୍ୱାଟସଆନାବିଲ୍ ବିମାନ ବନ୍ଦରରେ ଦୁଇଟି ବିମାନ ଅବତରଣ କରୁଥିଲେ । ଏହି ସମୟରେ ଉଭୟ ମୁହାଁମୁହିଁ ହୋଇଥିଲେ । ସେହିପରି ଫେଡାରାଲ ଆଭିଏସନ ଆଡମିନିଷ୍ଟ୍ରେସନର ରିପୋର୍ଟ ଅନୁସାରେ, ଦୁର୍ଘଟଣା ବେଳେ ଦୁଇ ଇଞ୍ଜିନ ବିଶିଷ୍ଟ ସେସନା ୩୪୦ ପ୍ଲେନରେ ଦୁଇ ଜଣ ଥିଲେ । ଆଉ ଏକ ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ସେସନା ୧୫୨ ସେସନା ୩୪୦ ସହ ଧକ୍କା ହୋଇଥିଲା । ଅଘଟଣରେ ଅନେକ ମୃତାହତ ହୋଇଥିବା ଅନୁମାନ କରାଯାଉଛି । ଏଫଏଏ ଓ ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡ ଦୁର୍ଘଟଣାର ତଦନ୍ତ କରୁଛି ।

wp:html /wp:html

ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ବିମାନବନ୍ଦରରେ ଦୁଇଟି ପ୍ଲେନର ଭଗ୍ନାବଶେଷ ପଡିଛି । ଅଘଟଣରେ କେତେଜଣ ପ୍ରାଣ ହରାଇଛନ୍ତି ସେନେଇ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଆଖପାଖରେ ଥିବା ଘର ସୁରକ୍ଷିତ ରହିଛି । କେବଳ ଏକ କୋଠା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.