LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅନ୍ଧାରରେ ବି ଶତ୍ରୁକୁ କରିପାରିବ ସମାପ୍ତ, Aero Show ରେ ପ୍ରଚଣ୍ଡ ଦେଖାଇଲା କମାଲ୍‌

13/02/2023 at 4:15 PM

ନୂଆଦିଲ୍ଳୀ, ୧୩/୦୨: ବେଙ୍ଗାଲୁରୁ ସ୍ଥିତ ୟେଲହଙ୍କା ବାୟୁ ସେନା ଷ୍ଟେସନର ଚାଲିଥିବା ଏୟାର ଇଣ୍ଡିଆ ଶୋ’ରେ ଭାରତ ନିଜ ଶକ୍ତି ପ୍ରଦର୍ଶନ କରି ଶତ୍ରୁ ଦେଶଙ୍କୁ ଚେତାବନୀ ଦେଉଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବା ପରଠାରୁ ଏହି ଶୋ’ରେ ଗୋଟିଏ ପରେ ଗୋଟିଏ ଫାଇଟର ବିମାନ ଏବଂ ହେଲିକପ୍ଟର ନିଜର ଦମ୍ ଦେଖାଉଛନ୍ତି। ଏମାନଙ୍କ ମଧ୍ୟରେ ଗୋଟିଏ ହେଉଛି ସ୍ବଦେଶୀ ଲାଇଟ୍‌ କମ୍ବାଟ୍‌ ହେଲିକପ୍ଟର ‘ପ୍ରଚଣ୍ଡ’। ଯାହାର ନାଁ ଶୁଣିଲେ ହିଁ ଶତ୍ରୁ ଭୟ କରିଥାନ୍ତି। ଦୁଇ ଇଞ୍ଜିନ୍‌ ବିଶିଷ୍ଟ ‘ପ୍ରଚଣ୍ଡ’ ବାୟୁସେନାର ୧୪୩ ହେଲିକପ୍ଟର ୟୁନିଟ୍‌ (ଧନୁଷ)ର ଅଂଶ।

‘ପ୍ରଚଣ୍ଡ ହେଲିକପ୍ଟର ସଂପୂର୍ଣ୍ଣ ଭାବରେ ସେନା ଏବଂ ଏୟାରଫୋର୍ସ ଉଭୟର ଆବଶ୍ୟକତାକୁ ପୂରଣ କରୁଛି । ଏଥିରେ ୪୫ ପ୍ରତିଶତ ସ୍ବଦେଶୀ ସାମଗ୍ରୀର ବ୍ୟବହାର ହୋଇଛି। ଦେଶରେ ହିଁ ଏହାର ଡିଜାଇନ୍‌ ପ୍ରସ୍ତୁତ ହୋଇଛି ତଥା ଏହାର ନିର୍ମାଣ ହୋଇଛି। ଏହାକୁ ଦୁନିଆର ସବୁଠୁ ଭଲ ଲଢ଼ୁଆ ବିମାନ ମଧ୍ୟରୁ ଗୋଟିଏ ବୋଲି ଧରାଯାଏ। ଏହା ଦୁନିଆର ଏକମାତ୍ର ଲଢ଼ୁଆ ହେଲିକପ୍ଟର ଯାହା ସେନାର ଓଜନିଆ ହତିଆର ସହ ୫ ହଜାର ମିଟର ଅର୍ଥାତ୍ ପ୍ରାୟ ୧୬୪୦୦ ଫୁଟ୍‌ ଉଚ୍ଚରେ ମଧ୍ୟ ଉଡ଼ିପାରିବ। ଧୀର ଗତିରେ ଚାଲୁଥିବା ବିମାନ ଏବଂ ରିମୋଟ୍‌ ପରିଚାଳିତ ବିମାନ ସହ ମୁକାବିଲା କରିବାରେ ମଧ୍ୟ ଏହା ସକ୍ଷମ।

ଏହି ସ୍ବଦେଶୀ ମଲ୍ଟି-ରୋଲ୍‌ କମ୍ବାଟ୍‌ ହେଲିକପ୍ଟରରେ ଭୃପୃଷ୍ଠ ଏବଂ ଆକାଶରୁ ଲଢ଼ିପାରିବ। ୨୪ ଘଣ୍ଟା କମ୍ବାଟ୍‌ ସର୍ଚ୍ଚ ଆଣ୍ଡ୍‌ ରେସ୍କ୍ୟୁ, ଆତଙ୍କବାଦୀ ବିରୋଧୀ ଅଭିଯାନ ତଥା ସବୁ ପରିସ୍ଥିତିରେ ମୁକାବିଲା କରିବାର କ୍ଷମତା ରଖିଛି। ଏହି ହେଲିକପ୍ଟର ଶତ୍ରୁକୁ ଆଭାସ ମଧ୍ୟ ହେବାକୁ ଦେଇନଥାଏ। ନିଜକୁ ଶତ୍ରୁଠାରୁ ଲୁଚାଇ ଉଡ଼ାଣ ଭରିବାର କ୍ଷମତା ମଧ୍ୟ ରହିଛି ‘ପ୍ରଚଣ୍ଡ’ ପାଖରେ । ଏହା ଘନ ଅନ୍ଧାରରେ ମଧ୍ୟ ଆକ୍ରମଣ କରିବାରେ ସକ୍ଷମ। ଏଲସିଏଚ ହାଇ କ୍ବାଲିଟି ନାଭିଗେସନ ସିଷ୍ଟମ ମଧ୍ୟ ରହିଛି ଏହି ହେଲିକପ୍ଟରରେ।

ପ୍ରଚଣ୍ଡରେ ୨୦ ମିମି ନୋଜ୍ ଗନ୍‌, ୭୦ ମିମି ରକେଟ୍‌, ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍‌ ମିସାଇଲ ‘ଧ୍ରୁବାସ୍ତ୍ର’ ଏବଂ ଏମବିଡିଏର ଆକାଶରୁ ଆକାଶକୁ ଟାର୍ଗେଟ କରିପାରୁଥିବା ମିସାଇଲ ‘ମିଷ୍ଟ୍ରଲ୍‌-୨’ ଲାଗିଛି। ଏସବୁ ଏହାର ଶକ୍ତିକୁ ଆହୁରି ଦୁଇଗୁଣା କରୁଛି।

   Related Posts