ସାଲେପୁରରେ ସର୍ବାଧିକ ମାର୍କ ରଖି ମାଟ୍ରିକ୍ ପରୀକ୍ଷାରେ ସଫଳତା ପାଇଲେ ଆଦ୍ୟାଶା
6/07/2022 at 5:37 PM

ସାଲେପୁର ୦୬/୦୭ : ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାପରେ ଆଜି ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ଏହି କ୍ରମରେ କଟକ ଜିଲ୍ଲା ସାଲେପୁର ବ୍ଳକ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଛାତ୍ରୀ ଆଦ୍ୟାଶ୍ରୀ ଦେବତା ୬୦୦ ରୁ ମୋଟ୍ ୫୯୩ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୯୮.୮୩ ପ୍ରତିଶତ ରଖି ମେଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।
ସେ ସରସ୍ୱତୀଶିଶୁବିଦ୍ୟା ମନ୍ଦିର ସାଲେପୁରରେ ପଢ଼ୁଥିଲେ। ଆଦ୍ୟାଶ୍ରୀଙ୍କ ଘର ନିଶ୍ଚିନ୍ତକୋଇଲି ବ୍ଳକ ବୁହାଳ ଅଂଚଳରେ। ସେ ଅଜିତ କୁମାର ଦେବତା ଓ ନମିତା କରଙ୍କ ଏକମାତ୍ର କନ୍ୟା। ଏହି ସଫଳତା ପାଇଁ ଆଦ୍ୟାଶ୍ରୀ ବାପା ମା, ଜେଜେ ଜେଜେମା ଓ ସ୍କୁଲର ଗୁରୁଜୀ ଗୁରୁମାଙ୍କୁ ଶ୍ରେୟ ଦେଇଛନ୍ତି। ଭବିଷ୍ୟତରେ ସେ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି।