କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ଯୋଗ ଦେଲେ ପ୍ରଶାନ୍ତ ଭୂଷଣ

Published By : Prameya-News7 Bureau | November 06, 2022 IST

ମେଡକ ୬।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ପାର୍ଟିର ଭାରତ ଯୋଡୋ ଯାତ୍ରା ରବିବାର  ୬୦ ଦିନ ପୁରଣ କରିଛି। ଏବେ ତେଲେଙ୍ଗାନାରେ ଚାଲିଥିବା ଏହି ଯାତ୍ରା ମେଡକ ଜିଲ୍ଲାର ଆଲ୍ଲାଦୁର୍ଗରୁ ପୁଣି ଆରମ୍ଭ ହୋଇଥିବା ବେଳେ ଏଥିରେ ବରିଷ୍ଠ ଅଧିବକ୍ତା ତଥା ସାମାଜିକ କାର୍ଯ୍ୟକର୍ତ୍ତା ପ୍ରଶାନ୍ତ ଭୂଷଣ ଓ ଯୋଗେନ୍ଦ୍ର ଯାଦବଙ୍କୁ ମଧ୍ୟ ଯୋଗ ଦେଇଛନ୍ତି। ପ୍ରଶାନ୍ତ ଭୂଷଣଙ୍କ ସହିତ ଏହି ଯାତ୍ରାରେ ମଡିଗା ଆରକ୍ଷଣ ପରୋଟା ସମିତି (ଏମଆରପିଏସ୍) ନେତା ମାଣ୍ଡାକୃଷ୍ଣ ମଡିଗାଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଦେଖାଯାଇଛି।

wp:embed {"url":"https://twitter.com/Jairam_Ramesh/status/1589157687107145728","type":"rich","providerNameSlug":"twitter","responsive":true}
https://twitter.com/Jairam_Ramesh/status/1589157687107145728
/wp:embed

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଯାତ୍ରାର ୬୦ ଦିନ ସମ୍ପର୍କରେ ଟ୍ୱିଟ୍‌ କରିଥିବା ବେଳେ ଭାରତ ଯୋଡୋ ଯାତ୍ରାର ୬୦ ତମ ଦିନ ସବୁଦିନ ଭଳି ମୈସୁର ସେବା ଦଳର ‘ପ୍ୟାରିଜନ’ ଗୀତ ସହିତ ଜାତୀୟ ସଙ୍ଗୀତ ସହ ଆରମ୍ଭ ହୋଇଥିବା ଉଲ୍ଲେଖ କରିଛନ୍ତି। ଏଥିରେ କଂଗ୍ରେସର ଯାତ୍ରା ରବିବାର ମେଡକରୁ କମ୍ମାରେଡ୍ଡୀ ଜିଲ୍ଲାକୁ ବଢୁଥିବାର ସେ ସୂଚିତ କରିଥିଲେ।

wp:html /wp:html

ତେବେ ଏହା ପୂର୍ବରୁ ରାହୁଲ ଗାନ୍ଧି ଶନିବାର ପେଦ୍ଦାପୁର ଗାଁରେ ଏକ ଜନସଭାକୁ ସମ୍ବୋଧିତ କରିଥିବା ବେଳେ ୨୦୧୪ରୁ ଦେଶରେ ମୂଲ୍ୟ ବୃଦ୍ଧି ଓ ବେକାରୀ ବଢୁଥିବାର କହିଥିଲେ। ଏଥିରେ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଅକ୍ଟୋବର ୨୩ ତାରିଖ ଦିନ ଭାରତଯୋଡୋ ଯାତ୍ରା ତେଲେଙ୍ଗାନାରେ ପ୍ରବେଶ କରିଥିଲା। ସୂତ୍ରାନୁସାରେ ପଦଯାତ୍ରା ରାଜ୍ୟରେ ସୋମବାର ସମାପ୍ତ ହେବ। କମା ରେଡ୍ଡୀ ଜିଲ୍ଲାରେ ରାହୁଲ ସୋମବାର ଏକ ଜନସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.