ଓକିଲ ଦମନ ନୀତିରେ ଆଇନଜୀବୀ ସଂଘର ସତ୍ୟାଗ୍ରହ, ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ

Published By : Prameya-News7 Bureau | December 12, 2022 IST

ସମ୍ୱଲପୁର ୧୨/୧୨: ଭାରତୀୟ ଓ ରାଜ୍ୟ ଆଇନଜିବୀ ପରିଷଦର ମନୋମୁଖୀ ତଥା ଓକିଲ ଦମନ ନୀତିରେ ଆଜି ଓକିଲ ସଂଘର ସତ୍ୟାଗ୍ରହ । କୋର୍ଟ କଚେରୀ ବର୍ଜନ କରି ଓକିଲ ସଂଘ ସତ୍ୟାଗ୍ରହରେ ବସିଛନ୍ତି । ତେବେ ସମ୍ବଲପୁରରେ ମଧ୍ୟ ସତ୍ୟାଗ୍ରହକୁ ଜୋରଦାର କରାଯାଇଛି ।

ଏହା ସହ ହାଇକୋର୍ଟ ବେଂଚ ଦାବି ନେଇ ଜନସାଧାରଣ ମଧ୍ୟ ଏହି ସତ୍ୟାଗ୍ରହରେ ସାମିଲ ହୋଇଛି । ତେବେ ରାଲି, ଶୋଭାଯାତ୍ରାରେ ଆସି ବିଭିନ୍ନ ସଂଗଠନ ଏହି ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି । ପରିସ୍ଥିତି ଏମିତି ହୋଇଛି ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ବିକ୍ଷୋଭକାରୀମାନେ ଧସେଇ ପଶିବାକୁ ଚେଷ୍ଟା କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏବେ ବି ସେଠାରେ ଅପ୍ରିତିକର ପରିସ୍ଥିତି ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.