ମୁଁ ମାଜିଷ୍ଟ୍ରେଟ୍ ଲାଇସେନ୍ସ ଦେବିନି, ଆଇନଜୀବୀଙ୍କ ଭିଡିଓ ଭାଇରାଲ ପରେ ଡାକିଲେ ହାଇକୋର୍ଟ

Published By : Prameya-News7 Bureau | May 22, 2024 IST

ଚଣ୍ଡୀଗଡ଼ ୨୨/୦୫: ଚଣ୍ଡୀଗଡ଼ରେ ଟ୍ରାଫିକ ପୋଲିସ ସମ୍ମୁଖରେ ନିଜକୁ ମାଜିଷ୍ଟ୍ରେଟ ଦାବି କରୁଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ହାଇକୋର୍ଟ । ମଙ୍ଗଳବାର ଏହି ଘଟଣାରେ ହାଇକୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି। କେବଳ ଏତିକି ନୁହେଁ କୋର୍ଟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଅନୁପସ୍ଥିତ ରହିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବୋଲି କୁହାଯାଇଛି । ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ଓକିଲ ଟ୍ରାଫିକ ପୋଲିସ ସହ କଥା ହେଉଥିବା ଦେଖିବାକୁ ମିଳିଥିଲା । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଆଡଭୋକେଟ୍ ପ୍ରକାଶ ସିଂଙ୍କୁ ଶୃଙ୍ଖଳା କମିଟିରେ ହାଜର ହେବାକୁ କହିଛନ୍ତି । 

କୋର୍ଟ ମେ ୨୩ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ବାର ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ ବାର ପରିଷଦ ଏହି ନିର୍ଦ୍ଦେଶ ଦେଇଛି । ବାର କାଉନସିଲ ଚେତାବନୀ ଦେଇ କହିଛି ଶୁଣାଣି ଦିନ  ଯଦି କୈଣସି ଦଳ ଅନୁପସ୍ଥିତ ରୁହନ୍ତି, ତେବେ ଶୁଣାଣି ଏକ ପାଖିା ଆଗେଇବ । 

ସୂଚନା ଥାଉକି, ଭାଇରାଲ ଭିଡିଓରେ ଚଣ୍ଡୀଗଡ଼ର ଟ୍ରାଫିକ ପୋଲିସ ଏକ ଗାଡି ଅଟକାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏଥିରେ ଶ୍ରୀ ସିଂ ପଚାରିଥିଲେ, 'ତୁମେ ମୋତେ କାହିଁକି ଅଟକାଇଲ? ମୁଁ ମୋର ଲାଇସେନ୍ସ ଦେଖାଇବି ନାହିଁ। କନଷ୍ଟେବଳ ଲାଇସେନ୍ସ ମାଗି ପାରିବେ ନାହିଁ । ଅତିକମରେ ଜଣେ ସବ୍ ଇନ୍ସପେକ୍ଟର ରହିବା ଉଚିତ୍ । 

ଏହି ସମୟ ମଧ୍ୟରେ ସେଠାରେ ଥିବା ଟ୍ରାଫିକ ପୋଲିସର ଭିଡିଓ କରିଥିଲେ । ଯେତେବେଳେ ଅନ୍ୟ ଜଣେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେତେବେଳେ ପ୍ରକାଶ ସିଂ କହିଥିଲେ, 'ମୁଁ ଜେଏମଆଇସି (ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ) । ସେ କହିଥିଲେ ଯେ ସେ ତାଙ୍କ ମା’ଙ୍କୁ ଡାକ୍ତରଙ୍କ ନିକଟକୁ ନେବାକୁ ଯାଉଛନ୍ତି । 

ସେତେବେଳେ ପୋଲିସ ତାଙ୍କ ଗାଡିକୁ ଅଟକାଇଥିଲା । ସେତେବେଳେ ଅନ୍ୟ ଜଣେ ପୋଲିସ ମଧ୍ୟ ଲାଇସେନ୍ସ ମାଗିଥିଲେ, ତେବେ ଶ୍ରୀ ସିଂ କାହାକୁ ଫୋନରେ ଡାକିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚଣ୍ଡୀଗଡ଼ ପୋଲିସ ସିଂଙ୍କୁ ବିରୋଧରେ ଅନେକ ମାମଲା ରୁଜୁ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.