oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

୨୦ ଟଙ୍କା ପାଇଁ ରେଲୱେ ସହ ୨୨ ବର୍ଷ ଲଢିଲେ, ଏବେ ଆସିଲା ରାୟ

8/08/2022 at 4:45 PM

ମଥୁରା: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ଜଣେ ଆଇନଜୀବୀ ୨୦ ଟଙ୍କା ପାଇଁ ରେଲୱେ ସହ ୨୨ ବର୍ଷ ଧରି ଲଢେଇ ଲଢି ଶେଷରେ ଜିତିଛନ୍ତି । ଏବେ ରେଲୱେ ଆସନ୍ତା ଗୋଟିଏ ମାସ ଭିତରେ ସମସ୍ତ ଟଙ୍କାକୁ ପୈଠ କରିବ । ୨୦ ଟଙ୍କା ଉପରେ ପ୍ରତିବର୍ଷ ୧୨ ପ୍ରତିଶତ ବାର୍ଷିକ ସୁଧରେ ଟଙ୍କା ଫେରାଇବାକୁ ପଡିବ । ଏହାସହ ମାନସିକ ଯନ୍ତ୍ରଣା ଏବଂ ଅନ୍ୟ ଖର୍ଚ୍ଚ ବାବଦକୁ ୧୫ ହଜାର ଟଙ୍କାର ଜରିମାନା ଆକରରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲା ଉପଭୋକ୍ତା ଫୋରମ ଅଗଷ୍ଟ ୫ରେ ଅଭିଯୋଗ ଚୂଡାନ୍ତ ଶୁଣାଣି କରି ଆଇନଜୀବୀଙ୍କ ପକ୍ଷରେ ରାୟ ଶୁଣାଇଥିଲେ । ମଥୁରାର ହୋଲିଗେଟ୍ ଅଞ୍ଚଳର ବାସିନ୍ଦା ତଥା ଆଇନଜୀବୀ ତୁଙ୍ଗନାଥ ଚତୁର୍ବେଦୀ ସୋମବାର କହିଛନ୍ତି, ୧୯୯୯ ଡିସେମ୍ୱର ୨୫ରେ ନିଜର ଜଣେ ସହଯୋଗୀଙ୍କ ସହ ମୁରାଦାବାଦ ଯିବା ପାଇଁ ଟିକଟ କିଣିବା ପାଇଁ ମଥୁରା ଛାବନୀ ଟିକଟ କାଉଣ୍ଟର ନିକଟକୁ ଯାଇଥିଲେ । ସେହି ସମୟରେ ଟିକଟର ମୂଲ୍ୟ ୩୫ ଟଙ୍କା ଥିଲା । ଟିକଟ କାଉଣ୍ଟରରେ ଥିବା ବ୍ୟକ୍ତିଙ୍କୁ ସେ ୧୦୦ ଟଙ୍କା ଦେଇଥିଲେ, ତେବେ ବ୍ୟକ୍ତି ଜଣଙ୍କ ଦୁଇ ଟିକଟର ମୂଲ୍ୟ ୭୦ ଟଙ୍କା ପରିବର୍ତ୍ତେ ୯୦ ଟଙ୍କା ନେଇଥିଲେ । ଦାବି କରିବା ପରେ ବି ୨୦ ଟଙ୍କା ଆଉ ଫେରାଇ ନଥିଲେ ।

ଏବେ ଏହି ମାଲମାର ଚୂଡାନ୍ତ ଶୁଣାଣି ଜିଲ୍ଲା ଉପଭୋକ୍ତା ଫୋରମ ରେଲୱେକୁ ସମସ୍ତ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉପଭୋକ୍ତା ଫୋରମର ଅଧ୍ୟକ୍ଷ ନବନୀତ କୁମାର ରେଲୱେକୁ ନିର୍ଦ୍ଦେଶ ଦେଇ ଆଇନଜୀବୀଙ୍କ ଠାରୁ ନିଆଯାଇଥିବା ଅତିରିକ୍ତ ୨୦ ଟଙ୍କା ଉପରେ ପ୍ରତିବର୍ଷ ୧୨ ପ୍ରତିଶତ ବାର୍ଷିକ ସୁଧ ହାର ସହ ଫେରାଇବାକୁ କହିଛନ୍ତି । ଏହାସହ ମାନସିକ, ଆର୍ଥିକ ଯନ୍ତ୍ରଣା ଏବଂ ଅନ୍ୟ ଖର୍ଚ୍ଚ ପାଇଁ ୧୫ ହଜାର ଟଙ୍କା ଜରିମାନା ଭାବେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts