ରାଜ୍ୟ ଓକିଲ ସଂଘର ବାର୍ଷିକ ସମ୍ମିଳନୀ; ଆଇନଜୀବିଙ୍କ ଏକତା ଓ ସୁରକ୍ଷାକୁ ନେଇ ଆଲୋଚନା
30/12/2022 at 4:47 PM

ଚଣ୍ଡିଖୋଲ ୩୦/୧୨: ରାଜ୍ୟ ଆଇନଜୀବୀ ସଂଘର ୫୧ ତମ ବାର୍ଷିକ ସମ୍ମିଳନୀ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଥିବା ବିଜୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀକୁ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଜୟ କୁମାର ନାୟକ ଉଦଘାଟନ କରିଛନ୍ତି। ଆଇନଜିବୀ ସଂଘର ସଭାପତି ଗୋପାଳ କୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ପରିଚାଳିତ ହୋଇଥିଲା।
ଏଥିରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମଦନ ମୋହନ ଦାସ ଯୋଗ ଦେଇଥିଲେ। ରାଜ୍ୟର କୋଣ ଅନୁକୋଣରୁ ଆଇନଜିବୀମାନେ ଏଥିରେ ଯୋଗ ଦେଇଥିଲେ। ଏଥିରେ ଆଇନଜୀବୀଙ୍କ ଏକତା, ସୁରକ୍ଷା ଓ ଭବିଷ୍ୟତକୁ ନେଇ ଆଲୋଚନା କରାଯାଇ ଥିଲା। ପଶ୍ଚିମଓଡିଶାରେ ଆଇନଜୀବୀଙ୍କୁ ନେଇ ଘଟିଥିବା ଅପ୍ରୀତିକର ପରିସ୍ଥିତି ଯେଭଳି ପୁନରାବୃତ୍ତି ନହେବ ସେଥିପାଇଁ ନ୍ୟାୟିକ ସ୍ଥାୟୀ ସମାଧାନ ପାଇଁ ସମ୍ମିଳନୀରେ ଆଲୋଚନା କରାଯାଇଛି।