ନିର୍ଭୟାକାଣ୍ଡ ଦୋଷୀଙ୍କ ଓକିଲ ଏ.ପି.ସିଂହ ହେବେ ହାଥରସ ଅଭିଯୁକ୍ତଙ୍କ ଓକିଲ?

Published By : Prameya-News7 Bureau | October 05, 2020 IST

ନୂଆଦିଲ୍ଲୀ ୫।୧୦ : ଦିଲ୍ଲୀ ନିର୍ଭୟାକାଣ୍ଡ ଦୋଷୀଙ୍କ ଓକିଲ ଥିବା ଏ.ପି.ସିଂହ ହାଥରସ ଅଭିଯୁକ୍ତଙ୍କ ଓକିଲ ନିଯୁକ୍ତ ହୋଇଥିବା କହିଛନ୍ତି। ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭା ଅଧ୍ୟକ୍ଷ ମାନବେନ୍ଦ୍ର ସିଂହ ତାଙ୍କୁ ହାଥରସ ଅଭିଯୁକ୍ତଙ୍କ ଓକିଲ ହେବା ଲାଗି ଅନୁରୋଧ କରିଥିବା ସେ କହିଛନ୍ତି। ତେବେ ଅଭିଯୁକ୍ତମାନେ ତାଙ୍କୁ ଓକିଲ ନିଯୁକ୍ତ କରିଛନ୍ତି କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

{"id":339239,"sizeSlug":"large"}

ସୂଚନା ଯୋଗ୍ୟ ଯେ ନିର୍ଭୟା କାଣ୍ଡରେ ପୀଡ଼ିତାଙ୍କ ପକ୍ଷରୁ କୋର୍ଟରେ ମୋକଦ୍ଦମା ପରିଚାଳନା କରିଥିବା ସୀମା କୁସୱାହ ହାଥରସ ପୀଡ଼ିତାଙ୍କ ପକ୍ଷରୁ କୋର୍ଟରେ ମୋକଦ୍ଦମା ପରିଚାଳନା କରିବେ। ଏଥିଲାଗି ସୀମା ପୀଡ଼ିତାଙ୍କ ପରିବାରଙ୍କୁ ମଧ୍ୟ ଇତିମଧ୍ୟରେ ଭେଟିଛନ୍ତି। ସୀମା କୁଶୱାହ ୨୩ ବର୍ଷିୟ ପାରାମେଡିକ୍ ଛାତ୍ରୀଙ୍କ ପାରିବାରିକ ଓକିଲ ଥିଲେ। ୧୬ ଡିସେମ୍ବର ୨୦୧୨ ରାତିରେ ଏକ ଚଳନ୍ତା ବସରେ ପାରାମେଡିକ ଛାତ୍ରୀଙ୍କ ସହ ଜଣେ ନାବାଳକଙ୍କ ସମେତ ୬ ଜଣ ଗଣ ଦୁଷ୍କର୍ମ କରିଥିଲେ।

{"id":339240,"width":578,"height":289,"sizeSlug":"large"}

ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଜଣେ ଦୋଷୀ ବିଚାରାଧୀନ କୈଦୀ ଥିବା ବେଳେ ଜେଲରେ ଆତ୍ମ ହତ୍ୟା କରିଥିଲା। ସେହିପରି ନାବାଳକ ଅପରାଧୀ ଦୁର୍ବଳ ଆଇନର ସୁଯୋଗ ଉଠାଇଥିଲେ। ତେବେ ଅନ୍ୟ ୪ ଜଣ ଅଭିଯୁକ୍ତ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ସହ ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି।

{"id":339241,"sizeSlug":"large"}

ହାଥରସ ଦୁଷ୍କର୍ମ ପୀଡ଼ିତା ଗତ ମଙ୍ଗଳବାର ଦିଲ୍ଲୀ ସଫଦରଜଙ୍ଗ ମେଡିକାଲରେ ପ୍ରାଣ ହରାଇଛନ୍ତି। ସରକାର ମାମଲାର ତଦନ୍ତ ଲାଗି ୩ ସଦସୀୟ ଏସଆଇଟି ଗଠନ କରିଛନ୍ତି। ଏହି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ। ମାମଲାର ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.