ସମ୍ଭାବ୍ୟ ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ଫସଲ ପରିଚାଳନା ପାଇଁ ପରାମର୍ଶ

Published By : Prameya-News7 Bureau | November 15, 2023 IST

ଭୁବନେଶ୍ୱର ୧୫।୧୧: ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା ୧୫ରୁ ୧୮ ତାରିଖ ମଧ୍ୟରେ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ ଫସଲ ପରିଚାଳନା ପାଇଁ ପରାମର୍ଶ ପ୍ରଦାନ କରାଯାଇଛି । ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ପାଇଁ ପରାମର୍ଶ ଦିଆଯାଇଛି ।

ଧାନ :

• ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ ଭାଗ ପାଚି ଯାଇଥିବା ଧାନକୁ କାଟି ନେଇ ଅମଳ କରି ସୁରକ୍ଷିତ ସ୍ଥାନରେ ରଖନ୍ତୁ ।

• କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସ୍ଥାନରେ ପାଲ କିମ୍ବା ପଲିଥିନ ଘୋଡାଇ ରଖନ୍ତୁ ।

• ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ ।

• ଧାନ କାଟି ବିଲରେ ସୁଖାନ୍ତୁ ନାହିଁ ।

• ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ ।

• ବର୍ଷା ଛାଡି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲଗିବାର ସମ୍ଭାବନା ରହିଛି । ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମ୍ବଡା ସାଇହାଲୋଥ୍ରୀନ କିମ୍ବା ୨ ମି.ଲି. ହିସାବରେ ଫସଲ ଓ ହୁଡା ଚାରିପଟେ ସିଞ୍ଚନ କରନ୍ତୁ ।

{"id":870064,"sizeSlug":"large","linkDestination":"none"}
{"id":870065,"sizeSlug":"large","linkDestination":"none"}

You Can Read :

wp:embed {"url":"https://www.prameyanews7.com/governor-graces-the-launching-of-viksitbharat-sankalp-yatra/","type":"wp-embed","providerNameSlug":"prameya-news-7"}
https://www.prameyanews7.com/governor-graces-the-launching-of-viksitbharat-sankalp-yatra/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.