ମସ୍କଙ୍କ ବଡ ଘୋଷଣା- ଟ୍ଵିଟରରେ ଦେଖିବାକୁ ମିଳିବ ନାହିଁ ବିଜ୍ଞାପନ, କମ୍ପାନି ଆଣୁଛି ନୂତନ ସବସ୍କ୍ରିପସନ
22/01/2023 at 2:30 PM

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବିତ୍ତଶାଳୀ ବ୍ୟକ୍ତି ଏଲନ ମସ୍କ ଟ୍ଵିଟରକୁ କିଣିବା ପରଠୁ କମ୍ପାନିର ଅନେକ ପରିବର୍ତ୍ତନ ଘଟିବା ସହ ସର୍ବଦା ଚର୍ଚ୍ଚାରେ ରହି ଆସିଛି। ଏହି କ୍ରମରେ ଶନିବାର ମସ୍କ ବଡ ନିଷ୍ପତ୍ତି ନେଇଛନ୍ତି। ମସ୍କ କହିଛନ୍ତି ଟ୍ଵିଟରରେ ଆଉ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ବିଜ୍ଞାପନକୁ କମ କରିବା ପାଇଁ ଆମେ ଅଧିକ ମୂଲ୍ୟର ସବସ୍କ୍ରିପସନ ଆରମ୍ଭ କରିବାକୁ ଯୋଜନା କରିଛୁ। ଏଥିରେ ୟୁଜର୍ସ ବିନା କୌଣସି ବିଜ୍ଞାପନରେ ଟ୍ଵିଟରର ବ୍ୟବହାର କରି ପାରିବେ। ନିକଟରେ ମସ୍କ ଟ୍ଵିଟ୍ ପାଇଁ ବୁକମାର୍କ ସୁବିଧା ଆଣୁଥିବା ଘୋଷଣା କରିଛନ୍ତି।
Ads are too frequent on Twitter and too big. Taking steps to address both in coming weeks.
— Elon Musk (@elonmusk) January 21, 2023
ମସ୍କ ଶନିବାର ଟ୍ଵିଟ୍ କରି କହିଛନ୍ତି, ଟ୍ଵିଟରରେ ବାରମ୍ବାର ବିଜ୍ଞାପନ ଆସୁଛି ଏବଂ ପୁଣି ଏହାର ଅବଧି ଅଧିକ ରହୁଛି। ଆଗାମୀ ସପ୍ତାହରେ ବିଜ୍ଞାପନ ସଂଖ୍ୟା ଏବଂ ଏହାର ଅବଧି କମ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହ ଅଧିକ ମୂଲ୍ୟର ସବସ୍କ୍ରିପସନ ମୋଡେଲ୍ ଅଣାଯାଉଛି, ଯଦ୍ଵାରା ଟ୍ଵିଟରରେ ଆଉ କୌଣସି ବିଜ୍ଞାପନ ଆସିବ ନାହିଁ। ତେବେ ମସ୍କ ଏହା ଜଣାଇ ନାହାନ୍ତି ଯେ, ବିଜ୍ଞାପନ କମ୍ କରିବା ପାଇଁ କଣ କଣ ପଦକ୍ଷେପ ନିଆଯିବ ଏବଂ ନୂତନ ସବସ୍କ୍ରିପସନ ମୋଡେଲ୍ର ମୂଲ୍ୟ କେମିତି ସ୍ଥିର କରାଯିବ।
ଏହି ଖବର ପଢନ୍ତୁ- ଏଲନ ମସ୍କଙ୍କ ଅବସ୍ଥା ଖରାପ? ବିକୁଛନ୍ତି କଫିମେସିନ୍, ଟେବୁଲ ଓ ସୋଫା, ଜାଣନ୍ତୁ କେଉଁଠି ଲାଗିଛି ସେଲ?
ସୂଚନାଯୋଗ୍ୟ, ମସ୍କ ନିକଟରେ ‘ଟ୍ଵିଟର ବ୍ଲୁ’ ସବସ୍କ୍ରିପସନ ଆରମ୍ଭ କରିଛି। ମସ୍କ କମ୍ପାନି କିଣିବା ସମୟରେ ସ୍ପଷ୍ଟ କରି ଦେଇଥିଲେ ଯେ, ଟ୍ଵିଟର କେବଳ ବିଜ୍ଞାପନ ଭରସାରେ ରହି ପାରିବ ନାହିଁ। ଯାହା ପରେ କମ୍ପାନି ପେଡ୍ ବ୍ଲୁ ସବସ୍କ୍ରିପସନ ଆରମ୍ଭ କରିଛି। କମ୍ପାନି ସଂପ୍ରତି ନିଜର ବିଜ୍ଞାପନ ରାଜସ୍ଵ କମ କରିବା ପାଇଁ ପ୍ରୟାସ ଜାରି ରଖିଛି।