Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

CSE ରିପୋର୍ଟ: ପ୍ରତିକୂଳ ପାଗ ଯୋଗୁ ପ୍ରାଣ ହରାଇଛନ୍ତି ୨୩୩ ଜଣ, ୦.୯୫ ମିଲିୟନ ହେକ୍ଟରରେ ଜମିରେ ହୋଇଛି ଫସଲ ନଷ୍ଟ

9/06/2023 at 9:35 PM

ନୂଆଦିଲ୍ଲୀ ୯।୬: ଅନିୟମିତ ପାଣିପାଗ ଏବେ ଦେଶଲାଗି ବିପଦର କାରଣ ପାଲଟିଛି। ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରନମେଣ୍ଟ (ସିଏସଇ)ଙ୍କ ରିପୋର୍ଟ ଅନୁସାରେ ଚଳିତ ବର୍ଷର ପ୍ରଥମ ୪ ମାସରେ ପ୍ରତିକୂଳ ପାଗ ଲାଗି ଦେଶର ବିଭିନ୍ନ ରାଜ୍ୟରେ ୨୩୩ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୦.୯୫ ନିୟୁତ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ଚଳିତବର୍ଷ ଜାନୁୟାରୀରୁ ଏପ୍ରିଲ ପର୍ଯ୍ୟନ୍ତ ପ୍ରତିକୂଳ ପାଣିପାଗ ଯୋଗୁ ଏହି କ୍ଷତି ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରିକୁ ନେଇ ପୁଣି କୋର୍ଟରେ ଅରବିନ୍ଦ କେଜରିୱାଲ, ୨୫ ହଜାର ଟଙ୍କାର ଜରିମନାକୁ କଲେ ଚାଲେଞ୍ଜ

ସିଏସଇଙ୍କ  ଅନୁସାରେ ପାଣିପାଗର ପ୍ରତିକୂଳ ଗତିବିଦ୍ଧି ଯୋଗୁ ଚଳିତବର୍ଷ ଦେଶର ୩୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଭିନ୍ନ ଭିନ୍ନ ଅଞ୍ଚଳ ବାରମ୍ବାର ଖରାପ ପାଣିପାଗର ଶିକାର ହୋଇଛି। ତେବେ ଏହା ପୂର୍ବ ବର୍ଷ ଅର୍ଥାତ ୨୦୨୨ ମସିହାରେ ପ୍ରତିକୂଳ ପାଣିପାଗ ୨୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଙ୍କୁ ପ୍ରଭାବିତ କରିଥିଲା। ତେବେ ପ୍ରତିକୂଳ ପାଣିପାଗର ସର୍ବାଧିକ ଶିକାର ହୋଇଥିବା ରାଜ୍ୟଙ୍କ ମଧ୍ୟରେ ମହାରାଷ୍ଟ୍ର ଓ ରାଜସ୍ଥାନ ରହିଛନ୍ତି। ଏହି ଦୁଇ ରାଜ୍ୟ ନିର୍ଦ୍ଧାରିତ ଅବଧିରେ ୩୦ ଦିନ ଲେଖାଏଁ ପ୍ରତିକୂଳ ପାଗର ଶିକାର ହୋଇଥିବା ରିପୋର୍ଟରେ କୁହାଯାଇଛି।

ମହାରାଷ୍ଟ୍ର ଓ ରାଜସ୍ଥାନ ପଛକୁ ହିମାଚଳ ପ୍ରଦେଶରେ ୨୮, ବିହାର ଓ ମଧ୍ୟପ୍ରଦେଶ ୨୭ ଦିନ ଲେଖାଏଁ ପ୍ରତିକୂଳ ପାଗର ଶିକାର ହୋଇଛନ୍ତି। ତେବେ ରାଜଧାନୀ ଦିଲ୍ଲୀ ସମାନ ଅବଧିରେ ଗତବର୍ଷ ଅର୍ଥାତ ୨୦୨୨ ମସିହାରେ ୨୫ ଦିନ ପ୍ରତିକୂଳ ପାଗର ସମ୍ମୁଖୀନ ହୋଇଥିବା ବେଳେ ଚଳିତବର୍ଷ ମାତ୍ର ୧୨ ଦିନ ପ୍ରତିକୂଳ ପାଗର ସମ୍ମୁଖୀନ ହୋଇଛି। ଜାନୁୟାରୀରୁ ଏପ୍ରିଲ ୨୦୨୨ ମଧ୍ୟରେ ପ୍ରତିକୂଳ ପାଣିପାଗ ଦୁର୍ଘଟଣା ଯୋଗୁ ୮୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ହଜାର ହେକ୍ଟର ଜମିର ଫସଲ ପ୍ରଭାବିତ ହୋଇଥିଲା।

ଲଗାତାର ଦୁଇ ସପ୍ତାହରେ ହ୍ରାସ ପରେ ପୁଣି ବଢିଲା ବିଦେଶୀ ମୁଦ୍ରା ଭଣ୍ଡାର, ୫୯୫.୦୬ ବିଲିୟନ ଡଲାରର ଫରେକ୍ସ ରିଜର୍ଭ

ସେହିପରି ଜାନୁୟାରୀରୁ ଏପ୍ରିଲ ୨୦୨୨ ମଧ୍ୟରେ ୩୫ ଦିନ ପ୍ରତିକୂଳ ପାଗ ଦେଖା ଦେଇଥିବା ବେଳେ ଚଳିତବର୍ଷ ୫୮ ଦିନ ପ୍ରତିକୂଳ ପାଗ ରହିଛି।  ଏହି ସମୟରେ ବଜ୍ରପାତ ଓ ଝଡ଼ ତୋଫାନ ଦେଖା ଦେଇଛି। ରିପୋର୍ଟ ଅନୁସାରେ ଅଧିକାଂଶ ଘଟଣା ମାର୍ଚ୍ଚ ଓ ଏପ୍ରିଲ ମାସରେ ହୋଇଛି। ତେବେ ୨୦୨୨ରେ ୪୦ ଦିନ ଗ୍ରୀଷ୍ମ ଲହର ଦେଖା ଦେଇଥିବା ବେଳେ ୨୦୨୩ରେ ଏହା ୧୫ ଦିନରେ ସୀମିତ ରହିଛି। ୨୦୨୨ରେ ୩୬୫ ଦିନରୁ ୩୧୪ ଦିନ ପ୍ରତିକୂଳ ପାଗ ଯୋଗୁ ବିଭିନ୍ନ ଅଘଟଣ ଘଟିଛି। ଯେଉଁଥିରେ ୩୦୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯.୬ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା।  

   Related Posts