ଜଙ୍ଗଲରେ Bear Gryllsଙ୍କ ସହ ଆସିବେ ନଜର ବିରାଟ ଏବଂ ପ୍ରିୟଙ୍କା !
7/06/2023 at 10:52 AM

ମୁମ୍ଵାଇ ୦୭।୦୬: ବ୍ରିଟିଶର ଆଡଭେଞ୍ଚର ଶୋ ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’। ଏହା ଲୋକଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ । ଏହି ଶୋ’ର ଫେମ୍ ବିଦେଶ ସହ ଭାରତରେ ମଧ୍ୟ ବହୁତ ଅଧିକ । ତେଣୁ ଶୋ’ର ହୋଷ୍ଟ ବିଅର ଗ୍ରିଲ୍ସ ଭାରତୀୟ ସେଲିବ୍ରେଟମାନଙ୍କ ସହିତ ଶୋ ’କରିବା ଆରମ୍ଭ କରିବା ଦିନଠାରୁ ଏହାର ପ୍ରଶଂସକ ସଂଖ୍ୟା ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅକ୍ଷୟ କୁମାରଙ୍କ ସମେତ ଅନ୍ୟ ବଡ ବ୍ୟକ୍ତିତ୍ୱଙ୍କ ସହ ଗ୍ରିଲ୍ସ ଜଙ୍ଗଲରେ ଭ୍ରମଣ କରିଥିଲେ।

ଏହି ସମସ୍ତ ଏପିସୋଡ୍ ଚର୍ଚ୍ଚାରେ ଥିଲା। ବର୍ତ୍ତମାନ ପୁଣି ନୂଆ ଭାରତୀୟ ଷ୍ଟାର ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ରେ ଦେଖିବାକୁ ଯାଉଛନ୍ତି । ଖବର ଅଛି ଯେ ବିୟର ଗ୍ରିଲ୍ସ ପ୍ରିୟଙ୍କା ଚୋପ୍ରା ଏବଂ ବିରାଟ କୋହଲିଙ୍କ ସହ ଏକ ଏପିସୋଡ୍ କରିବାକୁ ଚାହୁଁଛନ୍ତି। କେବଳ ଏତିକି ନୁହେଁ ଉଭୟ ସେଲିବ୍ରେଟଙ୍କ ସହ ଆଲୋଚନା ଚାଲିଥିବା ସେ ପ୍ରକାଶ କରିଛନ୍ତି।

ପ୍ରିୟଙ୍କା ଚୋପ୍ରା ଏବଂ ବିରାଟ କୋହଲିଙ୍କ ସହ ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ର ଏକ ଏପିସୋଡର ସୁଟିଂ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ପ୍ରିୟଙ୍କା ଚୋପ୍ରା ଏବଂ ବିରାଟ କୋହଲିଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ଗ୍ରିଲ୍ସ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଦୁଃସାହସିକ ଯାତ୍ରା ପାଇଁ ପ୍ରିୟଙ୍କା ଚୋପ୍ରା ଏବଂ ବିରାଟ କୋହଲିଙ୍କୁ ଶୋ’ରେ ଆଣିବାକୁ ପ୍ରକୃତରେ ଉତ୍ସାହିତ ଅଛି। ଗ୍ରିଲ୍ସ କହିଛନ୍ତି, ‘ମୁଁ ଫିଙ୍ଗର କ୍ରସ୍ କରକି ରଖିଛି। ଅନେକ ଘଟଣା ଘଟୁଛି। ଆମେ ଏପର୍ଯ୍ୟନ୍ତ ଯୋଜନା ଉପରେ କାର୍ଯ୍ୟ କରୁଛୁ। ଆମେ ଏପର୍ଯ୍ୟନ୍ତ କିଛି ନିଶ୍ଚିତ କରିନାହୁଁ।

ଏହା ବ୍ୟତୀତ ଗ୍ରିଲ୍ସ ଆହୁରି ମଧ୍ୟ କହିଛନ୍ତି, ବିରାଟ କୋହଲିଙ୍କ ସହ ପ୍ରିୟଙ୍କା ଆମର ଶୋ’ର ନମ୍ବର ୱାନ୍ ସେଲିବ୍ରିଟି ଅଟନ୍ତି। ସେ ଦୁହେଁ ଏପରି ପ୍ରେରଣାଦାୟକ ବ୍ୟକ୍ତିତ୍ୱ, ଯେଉଁମାନଙ୍କୁ ସାରା ବିଶ୍ୱରେ ଭଲ ପାଆନ୍ତି । ତେଣୁ, ମୋ ପାଇଁ ଏବଂ ସମସ୍ତଙ୍କ ପାଇଁ ତାଙ୍କ ଯାତ୍ରାର କାହାଣୀ ଶୁଣିବା ଏବଂ ଜୀବନ ବିଷୟରେ ଜାଣିବା ମୋର ସୌଭାଗ୍ୟ ହେବ ।