ଚଣ୍ଡିଗଡ଼,୧୯/୨: ଚଣ୍ଡିଗଡ଼ ମେୟର ନିର୍ବାଚନ ଅନିୟମିତତା ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି । ନିର୍ବାଚନକୁ ନେଇ ସର୍ବୋଚ୍ଚ ଅଦାଲତ ରାୟ ପ୍ରକାଶ କରିବେ । ମାତ୍ର ଏହା ପୂର୍ବରୁ ବିଜେପି ନେତା ମନୋଜ ସୋନକାର ମେୟର ପଦରୁ ଇସ୍ତଫା ଦେଇଛନ୍ତି । ଜାନୁଆରୀ ୩୦ରେ ଆମ୍ ଆଦ୍ମି ପାର୍ଟି ପ୍ରାର୍ଥୀ କୁଲଦୀପ ସିଂହଙ୍କୁ ହରାଇ ସୋନ୍କର ନିର୍ବାଚନ ଜିତିଥିଲେ । କିନ୍ତୁ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ବିରୋଧୀ ଦଳଗୁଡ଼ିକ ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ୍ କରିଥିଲେ । ତେବେ ସୋମବାର ଏହି ମାମଲାରେ ଶୁଣାଣି ହେବ ।
ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିକୁ ୧୬ ଭୋଟ୍ ମିଳିଥିଲା । ସେହିପରି କଂଗ୍ରେସ ଓ ଆପ୍ର ମିଳିତ ପ୍ରାର୍ଥୀ କୁଲଦୀପ ସିଂହଙ୍କ ସପକ୍ଷରେ ୧୨ ଖଣ୍ଡ ଭୋଟ୍ ପଡ଼ିଥିଲା । ପରେ ଆପ୍ ଓ କଂଗ୍ରେସର ୮ଟି ଭୋଟ୍କୁ ଅବୈଧ ଘୋଷଣା କରାଯାଇଥିଲା । ଏହାକୁ ଉଭୟେ କଂଗ୍ରେସ ଓ ଆପ୍ ତୀବ୍ର ବିରୋଧ କରିବା ସହିତ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ । ଆଜି ଏହି ମାମଲାର ଶୁଣାଣି କରିଥିବା ବେଳେ ଏପତେ ଆମ୍ ଆଦ୍ମି ପାର୍ଟିର ୩ ଜଣ କାଉନ୍ସିଲର୍ ବିଜେପିରେ ସାମିଲ ହୋଇଛନ୍ତି । ଫଳରେ ଆପ୍ ଓ କଂଗ୍ରେସ ମେଣ୍ଟକୁ ଶକ୍ତ ଧକ୍କା ଲାଗିଛି । ୩ ଆପ୍ କାଉନ୍ସିଲର ସାମିଲ ହେବା ପରେ ବିଜେପି ସମର୍ଥିତ କାଉନ୍ସିଲର୍ ସଂଖ୍ୟା ବର୍ତ୍ତମାନ ୧୯ରେ ପହଞ୍ଚିଛି ।
wp:embed {"url":"https://www.prameyanews7.com/government-proposes-5-year-plan-for-key-crop-prices-over-to-farmers/","type":"wp-embed","providerNameSlug":"prameya-news-7"} /wp:embedଗୃହରେ ବହୁମତ ସଂଖ୍ୟା ୧୯ ରହିଥିବାରୁ ବିଜେପି ପୁଣି ମେୟର ପଦ କବ୍ଜା କରିବା ନେଇ ଆଶା ଉଜ୍ଜିବୀତ ହୋଇଛି । ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଯଦି ପୁଣିଥରେ ମେୟର ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଅନ୍ତି, ତେବେ ୩ କାଉନ୍ସିଲର୍ଙ୍କ ଅତିରିକ୍ତ ସମର୍ଥନରେ ବିଜେପି ଜିତିବା ସମ୍ଭାବନା ଅଧିକ ରହିବ । ଆପ୍ରୁ ନିର୍ବାଚିତ ହୋଇ ବିଜେପିରେ ସାମିଲ ହୋଇଥିବା ୩ କାଉନ୍ସିଲର୍ ହେଲେ, ପୁନମ୍ ଦେବୀ, ନେହା ମୁସାୱତ ଏବଂ ଗୁରଚରଣଜିତ ସିଂହ କାଲା । ରବିବାର ସନ୍ଧ୍ୟାରୁ ଏହି ୩ଜଣ ଆପ୍ ନେଟୱର୍କରୁ ବାହାରେ ଥିଲେ । ଏହାପରେ ସେମାନେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହୋଇଥିଲା । ଚଣ୍ଡିଗଡ଼ ମେୟର ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି । ଏହା ପୂର୍ବରୁ ସୁପ୍ରିମକୋର୍ଟ ଫେବ୍ରୁଆରୀ ୫ରେ ମାମଲାର ଶୁଣାଣି କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ଏକ ଭିଡିଓ ଦେଖାଯାଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ଅନିଲ ମସିହ ବାଲଟ୍ ପେପର ଉପରେ ଛକି ପକାଉଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସିଜେଆଇ ନିର୍ବାଚନ ଅଧିକାରୀଙ୍କ ଉପରେ ଅସନ୍ତୋଷ ଛାଡ଼ିଥିଲେ । ଏହା ଗଣତନ୍ତ୍ର ପ୍ରତି ଉପହାସ । ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମାମଲା ହେବା ଉଚିତ ବୋଲି କହିଥିଲେ ।