୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ୍‌ ଓ୍ବାର୍ଣ୍ଣିଂ ସିଷ୍ଟମ: IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

Published By : Prameya-News7 Bureau | February 29, 2024 IST

ଭୁବନେଶ୍ବର: ଆଗୁଆ ମିଳିବ ବନ୍ୟା ସୂଚନା । କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡାର । ୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ୍‌ ଓ୍ବାର୍ଣ୍ଣିଂ ସିଷ୍ଟମ। ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ସେହିପରି ଚଳିତ ବର୍ଷ ଶେଷ ସୁଦ୍ଧା ବାଲେଶ୍ୱର ଓ ସମ୍ବଲପୁରରେ ଡଫ୍ଲର ରାଡାର କାର୍ଯ୍ୟକ୍ଷମ ନେଇ ସୂଚନ ଦେଇଛନ୍ତି। ଆଇଏମଡି ଡିଜି କହିଛନ୍ତି ବାଲେଶ୍ୱରରେ ଡଫ୍ଲର ରାଡାର କାମ ଅଧା ହୋଇଛି ସମ୍ବଲପୁରରେ ମଧ୍ୟ ଉପକରଣ ପହଞ୍ଚିସାରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ। ସେହିପରି ଭୁବନେଶ୍ୱରରେ ଆଉ ଏକ ରାଡାର ପ୍ରତିଷ୍ଠା ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଅରଙ୍ଗରେ ହେବ ନୂଆ ଟେକ୍ସଟାଇଲ କ୍ଲଷ୍ଟର : ୭ କମ୍ପାନୀ ସହ ରାଜ୍ୟ ସରକାରଙ୍କ ଏମ୍‌ଓୟୁ

 ‘‘ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ପାଣିପାଗ କେନ୍ଦ୍ରର ପ୍ରମୁଖ ସ୍ଥାନରେ ଓଡ଼ିଶା ରହିଛି । ବାତ୍ୟା ଓ ବନ୍ୟା ଆଗୁଆ ସୂଚନା ନେଇ ଆମେ ଅଧିକ ଵ୍ୟଵସ୍ଥା ରାଜ୍ୟରେ କରିବାକୁ ଯାଉଛୁ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.