ନୂୂଆ ମୋଡ ନେଲା ରଜା ଘର କଳି, ଅଦ୍ରିଜାଙ୍କ ନାଁରେ ଡେରାଡୁନ ବାସଭବନର କର୍ମଚାରୀ ଦେଲେ ଏଟ୍ରୋସିଟି ମାମଲା
31/05/2023 at 3:46 PM

ବଲାଙ୍ଗୀର ୩୧/୦୫: ବଲାଙ୍ଗୀର ରାଜପରିବାର ସାନ ପୂଅ ଅର୍କେଶଙ୍କ ନାମରେ ତାଙ୍କ ସ୍ତ୍ରୀ ଅଦ୍ରିଜା ଘରୋଇ ହିଂସା ଅଭିଯୋଗ ପରେ ଏବେ ଏହା ନେଇଛି ନୂଆ ମୋଡ । ମାନସିକ ନିର୍ଯାତନା ଦେବା ସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରୁଥିବା ନେଇ ଅଦ୍ରିଜାଙ୍କ ନାମରେ ଏତଲା ଦେଲେ ତାଙ୍କ କର୍ମଚାରୀ ।
ଡେରାଡୁନ ସ୍ଥିତ ଅର୍କେଶଙ୍କ ବାସଭବନରେ କାମ କରୁଥିବା କର୍ମଚାରୀ ରବିତା ଝା ଏନେଇ ଡେରାଡୁନ ଠାରେ ଅଦ୍ରିଜାଙ୍କ ନାମରେ ଏତଲା ଦେଇଛନ୍ତି । ତାଙ୍କୁ ଜାତିଆଣ ଆକ୍ଷେପ କରୁଥିବା ବେଳେ ମାନସିକ ନିର୍ଯାତନା ଦେଉଥିବା ଆଣିଛନ୍ତି ଅଭିଯୋଗ । ଅଦ୍ରିଜାଙ୍କ ସହ ତାଙ୍କ ବାପା ଅଜୟ ସିଂ, ଭଉଣୀ ରୂଚା ସିଂ ଓ ଡ୍ରାଇଭର ନାମରେ ଆଣିଛନ୍ତି ଅଭିଯୋଗ । ତେବେ ଅର୍କେଶ ଓ ଅଦ୍ରୀଜାଙ୍କ କଳୀ ପରେ ଅଦ୍ରିଜାଙ୍କ ପରିବାର ଲୋକ ଏଭଳି ନିର୍ଯାତନା ଦେଉଥିବା କରିଛନ୍ତି ଅଭିଯୋଗ ।
ତେବେ ପୂର୍ବରୁ ଅର୍କେଶ ତାଙ୍କ ଭାଇ କଳିକେଶ, ବାପା ଅନଙ୍ଗ ସହ ଅର୍କେଶଙ୍କ ମାଆ ନାମରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ଅଦ୍ରିଜା । ଏନେଇ ଏହି ମାମଲା କୋର୍ଟରେ ମଧ୍ୟ ଚାଲିଛି । ସେପଟେ ଛାଡପତ୍ର ପାଇଁ ଆବେଦନ କରିଥିବା ବେଳେ ଅର୍କେଶ ତାଙ୍କ ପୈତୃକ ଘରେ ରହିବାକୁ ମଧ୍ୟ ଦେଇଛନ୍ତି । ହେଲେ ମିଥ୍ୟା ଅଭିଯୋଗ ଆଣି ତାଙ୍କ ପରିବାର ନାମରେ ଏତଲା ଦେଇ ସେଠାରେ ତାଙ୍କ ଘରକୁ ହଡପ କରିବା ସହ ସେଠାରେ ଅନ୍ୟତିକ କାର୍ଯ୍ୟ କରୁଥିବା କହିଛନ୍ତି ଅର୍କେଶ । ଏନେଇ ମାମାଲା ରୁଜୁ କରିଥିଲେ ହେଁ ପୋଲିସ ଠିକରେ କାର୍ଯ୍ୟାନୂଷ୍ଠାନ ନେଉନଥିବା କହିଛନ୍ତି ଅର୍କେଶ ।