ରାଜପରିବାରରେ ଝଡ, ଅର୍କେଶ ସିଂଦେଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ପତ୍ନୀ

Published By : Prameya-News7 Bureau | May 16, 2023 IST

ବଲାଙ୍ଗୀର ୧୬/୦୫: ପୁଣି ଦାଣ୍ଡରେ ପଡିଲା ରାଜପରିବାର କଳି । ଘରୋଇ ହିଂସା ଅଭିଯୋଗ ଆଣିଲେ ଅର୍କେଶ ସିଂହ ଦେବଙ୍କ ପତ୍ନୀ । ଏମିତି ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ରାଜପରିବାର ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ଅଦ୍ରୀଜା ସିଂହ । ଅଦ୍ରୀଜାଙ୍କୁ ଶାଶୁଘର ଲୋକ ମାଡ଼ମାରୁଥିବା ସହ ଯୌତୁକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ।

wp:gallery {"linkTo":"none"} /wp:gallery

ଏନେଇ ଉତ୍ତରାଖଣ୍ଡ ଡେରାଡୁନ ଡିଜିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଦ୍ରୀଜା । ଅଭିଯୋଗ ପରେ ଡେରାଡୁନ ଡିଜିପି ଏଏସପିଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ଅଦ୍ରୀଜା ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ଵନାଥ ପ୍ରତାପ ସିଂ ଙ୍କ ନାତୁଣୀ ଓ ଅର୍କେଶ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ପୁଅ ।

ସୂଚନା ଥାଉକି, ୨୦୧୭ ମସିହା ନଭେମ୍ବର ମାସରେ ଆଦ୍ରିଜାଙ୍କୁ ବିବାହ କରିଥିଲେ ଅର୍କେଶ । ଅଦ୍ରୀଜା ହେଉଛନ୍ତି ପୂୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ । ୨୦୧୯ ନିର୍ବାଚନରେ ଅର୍କେଶ ବଲାଙ୍ଗିର ବିଧାନସଭା ଆସନ ପାଇଁ ଟିକେଟ୍ ପାଇବା ପରେ ଅଦ୍ରିଜା ତାଙ୍କ ପ୍ରଚାର ମଙ୍ଗ ଧରିଥିଲେ । ନିର୍ବାଚନରେ ଅର୍କେଶ ପରାସ୍ତ ହେବା ପରେ ଡେରାଡୁନରେ ଥିବା ଅନଙ୍ଗ ଉଦୟଙ୍କ ଘରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ ।

wp:gallery {"linkTo":"none"} /wp:gallery

ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ ଚାଲିଥିବା ବେଳେ ଗତ ବର୍ଷ ସେପ୍ଟେମ୍ବରରେ ଅଦ୍ରୀଜା ଆଣିଥିଲେ ନିର୍ଯାତନା ଅଭିଯୋଗ । ସ୍ୱାମୀ ତାଙ୍କ ପ୍ରତି ଅତ୍ୟାଚାର କରିଥିବାର ଅଭିଯୋଗ ଆଣିଥିଲେ ଅଦ୍ରୀଜା । ଏପରିକି ଡେରାଡୁନରେ ତାଙ୍କ ଘରେ ନିୟୋଜିତ କର୍ମଚାରୀମାନେ ମଧ୍ୟ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏହା ମଧ୍ୟରେ ୮ ମାସରୁ ଅଧିକ ସମୟ ବିତିଗଲାଣି । ଆଉ ଏବେ ପୁଣି ଥରେ ଅଦ୍ରୀଜା ଉତ୍ତରାଖଣ୍ଡ ପୋଲିସ ଡିଜିଙ୍କୁ ଭେଟି ନିଜ ପାଇଁ ସୁରକ୍ଷା ମାଗିଛନ୍ତି ।

wp:gallery {"linkTo":"none"} /wp:gallery

ସେପଟେ ଘଟଣା ଜଣାପଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅର୍କେଶ ସିଂହଦେଓ । ସେ କହିଛନ୍ତି ଅଭିଯୋଗରେ ନାହିଁ କୌଣସି ସତ୍ୟାସତ୍ୟ । ଓଲଟା ଆଦ୍ରୀଜାଙ୍କ ପରିବାର ଅନେକ ସମୟରେ ତାଙ୍କୁ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ସେ ପାଲଟା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଅନେକ ସମୟରେ ତାଙ୍କ ଘରେ ଅଦ୍ରୀଜାଙ୍କ ବାପା ଆସି ରୁହନ୍ତି । ଘରକୁ ଗୁଣ୍ଡା ଆଣୁଥିଲେ ଆଦ୍ରୀଜାଙ୍କ ବାପା । ଏମିତିକି ଜମି ମାଫିଆଙ୍କ ସହ ତାଙ୍କର ସମ୍ପର୍କ ରହିଛି ବୋଲି ଅର୍କେଶ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ‘ଛଅ, ଆଠ ମାସ ହେଲା ଆଦ୍ରୀଜା ମୋ ନାଁରେ ଘରୋଇ ହିଂସା ମାମଲା କରିଛନ୍ତି । କେସ୍‌ ଫାଇଲ ପରେ ମୁଁ ସେ ଘର ଛାଡ଼ି ଦେଇଛି । ସେ କରୁଥିବା ଡିମାଣ୍ଡ ଆମ କାପାସିଟି ବାହାରେ ବୋଲି ଅର୍କେଶ ପ୍ରତିକ୍ରିୟାରେ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.