ବିନିକା ଆଦର୍ଶ ବିଦ୍ୟାଳୟ ଉଦଘାଟିତ, ଅଭିଭାବକ ମହଲରେ ଖୁସିର ଲହରୀ

Published By : Prameya-News7 Bureau | October 28, 2022 IST

ବିନିକା ୨୮/୧୦: ବିନିକା ପାପକ୍ଷୟ ରାସ୍ତାରେ ୨କୋଟି ୯୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଆବୋଲି ସୁନୀଲ ନରୱନେ, ଜିଲ୍ଲା ଶିକ୍ଷାଧିଶ ଲକ୍ଷ୍ମଣ ଭୋଇ, ବିନିକା ବ୍ଳକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ,ନଗରପାଳ ସୁବାସ ଚନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ଉଦଘାଟନ ସ୍ଥଳକୁ ନେଇଥିଲେ । ପରେ ସ୍କୁଲର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ କ୍ଷେତିଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ଶୁଭମ ଶୁକ୍ଳାଙ୍କ ସଂଯୋଜନାରେ ଅନୁଷ୍ଟିତ ସଭାରେ ଅତିଥି ମାନେ ବିଦ୍ୟାଳୟର ମହତ୍ତ୍ଵ ଉପରେ କହିବା ସହ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ଭଲ ଭାବରେ ପାଠ ପଡିବାକୁ ପରାମର୍ଶ ଦେଇଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିନିକା ଆଦର୍ଶ ବିଦ୍ୟାଳୟ ଉଦଘାଟନ ହୋଇଥିବାରୁ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.