ADR ରିପୋର୍ଟରେ ଦଳୀୟ ରୋଜଗାର; ୬ ଜାତୀୟ ଦଳ ମଧ୍ୟରୁ ବିଜେପିର ଆମଦାନୀ ଅଧିକ

Published By : Prameya-News7 Bureau | February 29, 2024 IST

ନୂଆଦିଲ୍ଲୀ: ADR ରିପୋର୍ଟରେ ରାଜନୈତିକ ଦଳ ମାନଙ୍କର ରୋଜଗାର ପ୍ରକାଶ । ୨୦୨୨-୨୩ ଆର୍ଥିକ ବର୍ଷରେ ୬ ରାଷ୍ଟ୍ରୀୟ ଦଳଙ୍କୁ ୩,୦୭୭ କୋଟି ଟଙ୍କା ମିଳିଛି । ଭାରତୀୟ ଜନତା ପାର୍ଟିକୁ  ସବୁଠାରୁ ଅଧିକ ୨,୩୬୨ କୋଟି ଟଙ୍କା ମିଳିଥିବା ନେଇ ଆସୋସିଏସନ୍ ଫର୍ ଡେମୋକ୍ରିଟକ୍ ରିଫର୍ମ ଘୋଷଣା କରିଛି ।  

ଏଡିଆର୍ ରିପୋର୍ଟ ମୁତାବକ, ୨୦୨୨-୨୩ ଆର୍ଥିକ ବର୍ଷରେ ବିଜେପି ସବୁଠାରୁ ଅଧିକ ଆୟ କରିଛି । ସେହିପରି ଏହା ପଛକୁ ରହିଛି କଂଗ୍ରେସ ପାର୍ଟି । ସବୁଠୁ ପୁରୁଣା ଜାତୀୟ ଦଳକୁ  ୪୫୧.୩୭ କୋଟି ଟଙ୍କା ମିଳିଛି । ଯାହା ମୋଟ୍ ଆମଦାନୀର ୧୪.୦୭ ପ୍ରତିଶତ । ପୂର୍ବ ବର୍ଷ ତୁଳନାରେ ବିଜେପିକୁ ୨୩.୧୫ ପ୍ରତିଶତ ଅଧିକ ଅର୍ଥାତ୍  ୪୪୩.୭୨ କୋଟି ଟଙ୍କା ଅଧିକ ମିଳିଛି । ପୂର୍ବ ଆର୍ଥିକ ବର୍ଷ ବିଜେପିକୁ ୧୯୧୭.୧୨ କୋଟି ଟଙ୍କା ମିଳିଥିଲା ।    

wp:embed {"url":"https://www.prameyanews7.com/sandeshkhali-controversy-tmc-leader-shahjahan-sheikh-arrested/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sandeshkhali-controversy-tmc-leader-shahjahan-sheikh-arrested/
/wp:embed

ପୂର୍ବତର ରାଜ୍ୟର ଏକମାତ୍ର ରାଷ୍ଟ୍ରୀୟ ପାର୍ଟି ନ୍ୟାସନାଲ ପିପୁଲ୍ ପର୍ଟି ୧୫୦୨.୧୨ ପ୍ରତିଶତ ବା ୭.୦୯ କୋଟି ଟଙ୍କା ଆୟ ବୃଦ୍ଧି ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୪୭.୨୦ ଲକ୍ଷ ବୃଦ୍ଧି ହୋଇ ୨୦୨୨-୨୩ରେ ୭.୫୬ କୋଟି ଟଙ୍କା  ହୋଇଛି । ଆମ୍ ଆଦମୀ ପାର୍ଟିର ଆୟ ୯୧.୨୩ ପ୍ରତିଶତ ବୃଦ୍ଧି ହୋଇଛି । ପୂର୍ବରୁ ଆପ୍‌ର ଆୟ ୪୦.୬୩ କୋଟି ହୋଇଥିବା ବେଳେ ଏବେ ଏହା ୮୫.୧୭ କୋଟି ଟଙ୍କାରେ ପଞ୍ଚିଛି । ୨୦୨୧-୨୨ରୁ ୨୦୨୨-୨୩ରେ କଂଗ୍ରେସ, ଏମକେପି ଓ ବିଏସପିର ଆୟ କ୍ରମାନ୍ବୟରେ ୧୬.୪୧%, ୧୨.୬୮% ଓ ୩୩.୧୪ % ପ୍ରତିଶତ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.