ଦେଶରେ ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ କୋଟିପତି, ତୃତୀୟରେ ନବୀନ ପଟ୍ଟନାୟକ

Published By : Prameya-News7 Bureau | April 12, 2023 IST

ଭୁବନେଶ୍ୱର ୧୨/୦୪: ଦେଶର ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ କୋଟିପତି । ଦେଶର ଧନୀ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ତାଲିକାର ପରିମାଣ ୫୧୦ କୋଟି ଟଙ୍କା ।

ଦେଶର ଦ୍ୱିତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅରୁଣାଚଳ ପ୍ରଦେଶ ସିଏମ୍ ପେମା ଖାଣ୍ଡୁ । ତାଙ୍କ ସଂପତ୍ତିର ପରିମାଣ ୧୬୩ କୋଟି ଟଙ୍କା। ତୃତୀୟ ସ୍ଥାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ସଂପତ୍ତିର ପରିମାଣ ୬୩ କୋଟି ଟଙ୍କା। ତେବେ ମୁଖ୍ୟମନ୍ତ୍ରୀମାନଙ୍କ ସଂପତ୍ତି ତାଲିକାର ସବୁଠୁ ତଳେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ମମତା ବାନାର୍ଜୀଙ୍କ ସଂପତ୍ତିର ପରିମାଣ ୩୦ ଲକ୍ଷ ଟଙ୍କା। ସେହପରି ADR ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନାଁରେ ସର୍ବାଧିକ ମାମଲା ରହିଛି। କେସିଆରଙ୍କ ନାଁରେ ସର୍ବାଧିକ ୬୪ଟି କେସ୍ ଥିବା ADR ରିପୋର୍ଟରେ ଦର୍ଶାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.