scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜନ୍ମ କରି ଅନ୍ନାଥ ଆଶ୍ରମରେ ଛାଡ଼ି ଦେଇଥିଲେ ମା’, ଦଶ ବର୍ଷ ହେବ ସେହି ଜନ୍ମ କଲା ମାଆକୁ ଖୋଜୁଛି ଝିଅ

14/10/2022 at 8:42 AM

ମୁମ୍ବାଇ ୧୪/୧୦: ଦଶ ବର୍ଷ ଧରି ଭାରତରେ ନିଜ ଜନ୍ମକଲା ମାକୁ ଖୋଜୁଛନ୍ତି ସ୍ୱିଜରଲ୍ୟାଣ୍ଡର ଜଣେ ୪୪ ବର୍ଷୀୟା ମହିଳା।  ତାଙ୍କ ପାଖରେ ମାଆଙ୍କର ନାମ ବ୍ୟତୀତ ଅନ୍ୟ କୌଣସି ସୂଚନା ନାହିଁ। ସେ ମହିଳା ଜଣଙ୍କ ହେଲେ ସ୍ୱିଜରଲ୍ୟାଣ୍ଡର ମହିଳା ବିନା ମାଖୀଜାନି ମୁଲେର। ୧୯୭୮ ମସିହାରେ ମୁମ୍ବାଇରେ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିଲା। ଯେଉଁ ଅନାଥ ଆଶ୍ରମରୁ ବିନାଙ୍କୁ ଆଡପ୍ଟ କରାଯାଇଥିଲା, ସେଠାରୁ ଜଣା ପଡ଼ି ବିନାଙ୍କ ଜନ୍ମକଲା ମାଆଙ୍କ ନାମ ରୋବେଲୋ।

ବିନା ୧୯୭୮ରେ ଜନ୍ମଗ୍ରହଣ କରିଥିଲେ। ପରେ ତାଙ୍କୁ ଦକ୍ଷିଣ ମୁମ୍ବାଇର ଏକ ଅନାଥ ଆଶ୍ରମ ଆଶା ସଦନରେ ଛାଡି ଦିଆଯାଇଥିଲା। ତାପରେ  ବିନାଙ୍କୁ ଆଡପ୍ଟ କରାଯାଇଥିଲା। ଆଉ ତାଙ୍କ ନୂଆ ପରିବାର ତାଙ୍କୁ ନେଇ ସ୍ୱିଜରଲ୍ୟାଣ୍ଡକୁ ସିପ୍ଟ ହୋଇଯାଇଥିଲେ। ସେ ୨୦୧୧ ଠାରୁ ତାଙ୍କ ଜନ୍ମକଲା ମାଆ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ସଫଳ ହୋଇ ପାରିନାହାନ୍ତି।

ତେଣୁ ବିନା ଏକ ଆବେଦନ କରି କହିଛନ୍ତି ଯେ, ରିବୋଲ ନାମକ ଜଣେ ମହିଳା, ଯିଏ ଗୋଆନ୍ସି ଅଞ୍ଚଳର। ପରେ ସେ ମୁମ୍ବାଇ ଆସିଥିଲେ। ଆଉ ୧୯୭୮ରେ ମୋତେ ଜନ୍ମ ଦେଇଥିଲେ। କେହି ଯଦି ତାଙ୍କୁ ପାଇବେ ତେବେ ଦୟାକରି ମୋ ସହିତ ଯୋଗାଯୋଗ କରନ୍ତୁ। ଯୋଗାଯୋଗ ବ୍ୟକ୍ତିଙ୍କ ପରିଚୟ ଗୋପନୀୟ ରଖାଯିବ। ସେ କହିଛନ୍ତି, ମୋତେ ଏକ ଭାରତୀୟ ପରିବାର ଗ୍ରହଣ କରିଥିଲେ ଏବଂ ମୁଁ ଜାଣେ ଏହା ଏକ ପ୍ରକାର କଳଙ୍କ। ମୁଁ କାହାର ଜୀବନ ନଷ୍ଟ କରିବାକୁ ଚାହେଁ ନାହିଁ। ମୁଁ କେବଳ ଉତ୍ତର ଖୋଜୁଛି।

ବିନାଙ୍କ ଜନ୍ମ ପରେ ତାଙ୍କୁ ମୁମ୍ବାଇର ଅନାଥ ଆଶ୍ରମ ଆଶା ସଦନରେ ଛାଡ଼ି ଦିଆଯାଇଥିଲା। ତାପରେ ତାଙ୍କୁ ଆଡ଼ପ୍ଡ କରାଯାଇ ସୁଇଜରଲ୍ୟାଣ୍ଡ ନେଇଯାଇଥିଲେ।  ବିନା କହିଛନ୍ତି, “ମୁଁ ୨୦୧୧ରୁ ମସିହାରୁ ମାଆର ସନ୍ଧାନରେ ମୁମ୍ବାଇ ଆସିଛି କିନ୍ତୁ ମୁଁ ଏପର୍ଯ୍ୟନ୍ତ ସଫଳ ହୋଇ ନାହିଁ। କିନ୍ତୁ ଆଶା କରୁଛି ଦିନେ ମୁଁ ଏହାର ଉତ୍ତର ପାଇବି। ବିନାଙ୍କର ଦୁଇଟି ପୁଅ ଅଛନ୍ତି। ଦୁହେଁ ସେମାନଙ୍କ ସହ ମୁମ୍ବାଇ ଆସିଛନ୍ତି ଏବଂ ତାଙ୍କ ମାଙ୍କୁ ଖୋଜିବାରେ ସାହାଯ୍ୟ କରୁଛନ୍ତି।

ପୁଣେର ପୋଷ୍ୟ ଅଧିକାର ପରିଷଦ ନିର୍ଦ୍ଦେଶକ ଆଡଭୋକେଟ୍ ଅଞ୍ଜଲି ପାୱାର ବିନାଙ୍କୁ ତାଙ୍କ ମାଆଙ୍କୁ ଖୋଜିବାରେ ସାହାଯ୍ୟ କରୁଛନ୍ତି।

   Related Posts