ଏସସିବି ପରିସରରେ ଥିବା ମନ୍ଦିରରେ ସବୁବେଳେ ଉଚ୍ଚ ସ୍ବରରେ ଚାଲିଛି ନାମ ସଂକୀର୍ତ୍ତନ ଓ ଘଣ୍ଟ ଧ୍ବନି, ରୋଗୀ ପଡୁଛନ୍ତି ଅସୁବିଧାରେ

Published By : Prameya-News7 Bureau | July 05, 2019 IST

କଟକ୫|୭: ରାଜ୍ୟର ସବୁଠାରୁ ବଡ଼ ମେଡିକାଲ କଲେଜ୍‌ କଥା ଉଠିଲେ ସାମ୍ନାକୁ ଆସୁଛି କଟକ ଏସସିବି ମେଡିକାଲ କଲେଜର ଚିତ୍ର । ଏଠି ଶହ ଶହ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ  ବିଭିନ୍ନ ଆଡ଼ୁ ଗୁରୁତର ରୋଗୀ ମଧ୍ୟ ଏଠାକୁ ଆସୁଛନ୍ତି । ହେଲେ ହସ୍ପିଟାଲ ପରିସରରେ ଥିବା ଏକ ମନ୍ଦିରରେ ଘଣ୍ଟା ଘଣ୍ଟା ଧରି ଚାଲିଛି ବାଜା ଗୀତ ଆଉ ସଂକୀର୍ତ୍ତନ । ହସ୍ପିଟାଲ ପରିସରରେ ଗାଡ଼ିର ହର୍ଣ୍ଣ ମାରିବାକୁ ଅନୁମତି ନଥିଲେ ମଧ୍ୟ କେମିତି ଧର୍ମିୟ ଭାବନା ଆଳରେ ଖୁଲମ୍‌ ଖୁଲା ସବୁ ଆଇନ୍‌କୁ ଉଲଂଘର କରି ଶବ୍ଦ ପ୍ରଦୁଷଣ ଚାଲିଛି, ଆଉ ଏଥି ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷ ବି ପୂରା ଆଖି ବୁଜିଦେଇଛନ୍ତି ଚାଲନ୍ତୁ ଦେଖିବା ଏଇ ରିପୋର୍ଟରେ ।….

{"id":130779}

ଇଏ ହେଉଛି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍‌ ପରିସରର ଚିତ୍ର । ଏଠାକୁ ପ୍ରତିଦିନ ଶହ ଶହ ଗୁରୁତର ରୋଗୀ  ଚିକିତ୍ସା ପାଇଁ ଆସୁଛନ୍ତି । ହେଲେ ମେଡିକାଲ ପରିସରରେ ଇଏ କ’ଣ ଚାଲିଛି ?  ଯୋଉଠି ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ପରିବେଶ ଶାନ୍ତ ରହିବା ନିହାତି ଦରକାର, ସେଠି  ହସ୍ପିଟାଲ ପରିସରରେ ଥିବା ଏକ ମନ୍ଦିରରେ ବାଜୁଛି ଲାଉଡ୍‌ ସ୍ପିକର । ଆଉ ବେଧଡ଼କ ଚାଲିଛି ନାମ ସଂକୀର୍ତ୍ତନ । ପୁଣି ହସ୍ପିଟାଲର ଗୁରୁତ୍ବପୂର୍ଣ୍ଣ ମେଡିସିନ୍‌ ଓ ନ୍ୟୁରୋଲୋଜି ବିଭାଗର ଅତି ପାଖରେ । ପ୍ରତିଦିନ ଏହି ମନ୍ଦିରରେ ଭଜନ କିର୍ତ୍ତନ ସାଙ୍ଗକୁ ବିଭିନ୍ନ ପର୍ବପର୍ବାଣି ପାଳନ ହେଉଛି । ଶବ୍ଦ ପ୍ରଦୂଷଣ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ତଥାପି ଏଭଳି କାର୍ଯ୍ୟକ୍ରମର ଆୟୋଜକ କ’ଣ କହୁଛନ୍ତି ଦେଖନ୍ତୁ ।

{"id":130791}

ମେଡିକାଲ କର୍ମଚାରୀମାନେ ମଳିମିଶି ଏହି ମନ୍ଦିର ନିର୍ମାଣ କରିବା ସହ ଏଭଳି କାର୍ଯ୍ୟକ୍ରମ ଚଳାଇଛନ୍ତି । କୌଣସି ସରକାରୀ ହସ୍ପିଟାଲ ପରିସରରେ କୌଣସି ଧର୍ମାନୁଷ୍ଠାନ ପ୍ରତିଷ୍ଠା କରାଯାଇପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ ଥିଲେ ମଧ୍ୟ ଏଠି ତା’ର ଖୋଲାଖୋଲି ଉଲଂଘନ ହୋଇଛି ।ଏମିତିକି ବେଆଇନ୍‌ ଭାବେ ଟେଣ୍ଟ ବନ୍ଧା ହୋଇଥିବାରୁ ରୋଗି ନେଇ ଆସୁଥିବା ଆମ୍ବୁଲାନ୍‌ସ୍‌କୁ ବି ଯିବା ଆସିବାରେ ଅନେକ ଅସୁବିଧା ହେଉଛି । କୁଆଡ଼େ ଗଲା ୨୦ ବର୍ଷ ଧରି ଏମିତି ଚାଲିଛି । ହେଲେ  ନା’ ଏଥି ପ୍ରତି ହେଲେ ଏଥି ପ୍ରତି ନା’ ହସ୍ପିଟାଲ କର୍ତ୍ତୃପକ୍ଷ ନା କଟକ ପ୍ରଶାସନ କେହି ବି ଦିନେ ଦୃଷ୍ଟି  ଦେଇନାହାନ୍ତି ।

{"id":130784}

ପ୍ରଶ୍ନ ଉଠିବା ଦେଖି ମେଡିକାଲ କଲେଜ୍‌ ଡିନ୍‌ଙ୍କ ଉପରେ ଦୋଷ ଲଦି ନିଜେ ଝାଡ଼ିଝୁଡ଼ି ହେବାକୁ ଚେଷ୍ଟା କରୁଛନ୍ତି ଅଧୀକ୍ଷକ । ସେପଟେ ମନ୍ଦିର ହଟାଇବାକୁ ଡିସିପିଙ୍କୁ ଚିଠି ଲେଖିଥିବା କହୁଛନ୍ତି ଡିନ୍‌ । ଆଉ ଏଭଳି ପ୍ରସଙ୍ଗରେ ଡିସିପିଙ୍କ କହିବା କଥା ସେ କୌଣସି ଚିଠି ପାଇନାହାନ୍ତି । ଏଠି ପ୍ରଶ୍ନ ଉଠୁଛି କେହି ତ ରୋଗୀଙ୍କ ବିଷୟରେ ଚିନ୍ତା କରିବା ଦରକାର । ପରସ୍ପରକୁ ଅଙ୍ଗୁଳି ନିର୍ଦେଶ ନକରି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଉପରେ ଧ୍ୟାନ ଦେଲେ ଅନ୍ତତଃ ରୋଗୀଙ୍କର ଉପକାର ହୋଇପାରନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.