ଭିଡ କମାଇବା ପାଇଁ ପ୍ରଶାସନର ଉଦ୍ୟମ, ସହର ମଧ୍ୟରୁ ସ୍ଥାନାନ୍ତର ହେଲା ଗୋଦାମ

Published By : Prameya-News7 Bureau | April 29, 2020 IST

ଭଦ୍ରକ ୨୯।୦୪: ବର୍ତ୍ତମାନ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ କୋଲକାତା ଫେରନ୍ତା ରହିଛନ୍ତି । ଜିଲ୍ଲାରେ ୭ଟି ବ୍ଲକ ମଧ୍ୟ ରୁ ୬ଟି ବ୍ଲକରେ ପହଞ୍ଚିଲାଣି କାରୋନା । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ରେ ସବାଧିକ ୯ଜଣ କାରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

{"id":261946,"sizeSlug":"large"}

ସେହିପରି ଜିଲ୍ଲାରେ ୨୧ଟି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ୩୨ ଟିଇଣ୍ଟେନ୍ସିଭ ସର୍ଭିଲାନ୍ସ ଜୋନରେ ଜିଲ୍ଲାର ୩୨ ପଞ୍ଚାୟତ ସ୍ଥାନ ପାଇଛି । ଏହି ପଞ୍ଚାୟତ ଗୁଡିକରେ ୧୦ଜଣରୁ ଅଧିକ କୋଲକାତା ଫେରନ୍ତା ଥିବାରୁ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିଡ ନିୟନ୍ତ୍ରଣ ପାଇଁ ଜିଲ୍ଲାପ୍ରଶାସନ ଓ  ପୋଲିସ ନାକେଦମ ହେଉଛି ।

{"id":261947,"sizeSlug":"large"}

ସାମାଜିକ ଦୁରତ୍ଵା ଉପରେ ଧ୍ୟାନ ଦେବା ପାଇଁ ସହର ସମେତ ବିଭିନ୍ନ ବ୍ଲକ ଗୁଡିକରେ ବାଇକ ନେଇ ବଜାର ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଡ୍ରୋନ କ୍ୟାମେରା ଦ୍ଵାରା କଣ୍ଟେନମେଣ୍ଟ ଜୋନ ଉପରେ ନଜର ରଖାଯାଇଛି । ସହର ରେ ଥିବା ଗୋଦାମ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ପରିବା ଦୋକାନ ଗୁଡିକୁ ବିଭିନ୍ନ ୱାର୍ଡ ଖୋଲିବା ପାଇଁ ଅନୁମତି ଦେଇଛି ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.