ଯୁକ୍ତ ୨ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ, ସାମସ୍‌ ପୋର୍ଟାଲରେ ମିଳୁଛି କମନ ଆପ୍ଲିକେସନ ଫର୍ମ

Published By : Prameya-News7 Bureau | June 07, 2024 IST

ଭୁବନେଶ୍ବର ୭/୬: ଯୁକ୍ତ ୨ ନାମଲେଖା ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଦିନ ୧୧ଟାରୁ ସାମସ୍‌ ପୋର୍ଟାଲ www.samsodisha.gov.in ରେ କମନ ଆପ୍ଲିକେସନ ଫର୍ମ ମିଳୁଛି । କଳା,ବିଜ୍ଞାନ,ବାଣିଜ୍ୟ,ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୬ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିପାରିବେ ଆଗ୍ରହୀ ଛାତ୍ରଛାତ୍ରୀ । ଜୁଲାଇ ୧୮ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । 

ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୩ ଭିତରେ ହେବ । ଏଥର ରାଜ୍ୟର ୨ହଜାର ୧୨୧ ଯୁକ୍ତ ୨ କଲେଜର ୫ ଲକ୍ଷ ୨୫ ହଜାର ୪୬୫ ସିଟ୍‌ରେ ନାମଲେଖା ହେବ । ସେଥିରୁ କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୯୪ ହଜାର ୮୪୦ ସିଟ୍‌,ବିଜ୍ଞାନରେ ୧ଲକ୍ଷ ୬୬ ହଜାର ୯୨୯ ସିଟ୍‌ ଓ ବାଣିଜ୍ୟରେ ୪୦ ହଜାର ୧୦୪,ସଂସ୍କୃତରେ ୧୩ ହଜାର ୮୮ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪ଟି ସିଟ୍‌ରେ ନାମଲେଖା ପାଇଁ ନିଷ୍ପତ୍ତି ହୋଇଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.