ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନାଁ ଲେଖା ଜାଲିଆତି; ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଲା ଛାତ୍ର ସଙ୍ଗଠନ
17/12/2022 at 5:21 PM

କଟକ ୧୭/୧୨: ରେଭେନ୍ସା ବିଶ୍ବବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା ଅଭିଯୋଗ ହୋଇଛି। ରାଜନୀତି ବିଜ୍ଞାନ ବିଭାଗରେ ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରୀଙ୍କୁ ନାମ ଲେଖାଇବାର ସୁଯୋଗ ନଦେଇ କର୍ତ୍ତୃପକ୍ଷ ମେଧା ତାଲିକାରେ ସ୍ଥାନ ପାଇନଥିବା ପିଲାଙ୍କ ନାଁ ଲେଖାଇଛନ୍ତି। ଏପରିକି ବିଭାଗୀୟ ମୁଖ୍ୟ ଏନେଇ ସୁପାରିଶ ପତ୍ର ଲେଖିଥିବା ମଧ୍ୟ ଅଭିଯୋଗ ହୋଇଛି। ଏ ନେଇ ହିନ୍ଦୁ ସେନାର ଛାତ୍ର ସଙ୍ଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ଏକ ସ୍ମାରକପତ୍ର ଦିଆଯାଇଛି।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023