vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ବାରବାଟୀରେ ମ୍ୟାଚ୍‌ ନେଇ ସରିଲା ପ୍ରଶାସନିକ ବୈଠକ, ଜୁନ୍‌ ୧ରୁ ଟିକେଟ୍‌

20/05/2022 at 7:51 PM

କଟକ, ୨୦/୦୫: ବାରବାଟୀ ଷ୍ଟାଡିୟମ୍‌ ଟି-ଟ୍ୱେଣ୍ଟି ପାଇଁ ଶେଷ ହୋଇଛି ପ୍ରଶାସନିକ ବୈଠକ । ବୈଠକ ପରେ କ୍ରୀଡା ସଚିବ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ଣ୍ଣ କ୍ଷମତାରେ ମ୍ୟାଚ୍ ଦେଖି ପାରିବେ ଦର୍ଶକ ।  ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କମିଶନର ମଧ୍ୟ ସୂଚନା ଦେଇଛନ୍ତି  । ମ୍ୟାଚ୍ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ହେବ ।: ଖେଳାଳି ମାନେ ଜୁନ ୧୦ ରେ ପହଞ୍ଚିବେ । ଖେଳାଳି ମାନଙ୍କ ଆସିବା ଠାରୁ ଯିବା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ହେବ ବୋଲି କମିଶନର୍‌ କହିଛନ୍ତି ।

ଟିକେଟ ବିକ୍ରି ପାଇଁ ବିଶେଷ ବ୍ୟବସ୍ଥା ହେବ । ବାରବାଟୀ ପରିସରରେ ମଧ୍ୟ ପୋଲିସ ବିଶେଷ ଦାୟୀତ୍ବ ନିଭେଇବ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ହୋଇଛି । ପାର୍କିଂ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ହେବ । ଟିକେଟ କଳାବଜାରୀ ରୋକିବାକୁ ବିଶେଷ ବ୍ୟବସ୍ଥା ହେବ ବୋଲି ସିପି କହିଛନ୍ତି ।

ଅନଲାଇନରେ ଜୁନ ୧ ରୁ ଟିକେଟ ବିକ୍ରି ହେବ । ୯ ତାରିଖରୁ କାଉଣ୍ଟର ଟିକେଟ ବିକ୍ରି ହେବ ବୋଲି ଓସିଏ ସମ୍ପାଦକ କହିଛନ୍ତି ।  ଗ୍ୟାଲେରୀ ଦର ବଢ଼ିବ ନାହିଁ । ଏଲଇଡି ଫ୍ଲଡ ଲାଇଟରେ ଏହା ପ୍ରଥମ ମ୍ୟାଚ ହେବ । ବର୍ଷା ହେଲେବି ମ୍ୟାଚ୍ ପ୍ରଭାବିତ ନହେବା ପାଇଁ ସ୍ୟାଣ୍ଡ ବେସଡ୍ ଗ୍ରାଉଣ୍ଡର ବ୍ୟବସ୍ଥା ହୋଇଛି ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।  

   Related Posts