ଜାଗର ଦିନ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କଲା ପ୍ରଶାସନ

Published By : Prameya-News7 Bureau | March 04, 2021 IST

ଆଠଗଡ଼, ୦୪/୦୩: କରୋନା କାଳରେ ମଠ-ମନ୍ଦିର ବନ୍ଦ ରହିଥିବା ବେଳେ କିଛିଦିନ ହେବ ବିଭିନ୍ନ ଦେବାଦେବୀ ପୀଠକୁ ସରକାର ଗାଇଡ୍‌ଲାଇନ୍‌ ସହିତ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ଏଥିପାଇଁ ମନ୍ଦିର ପ୍ରଶାସନ ସମସ୍ତ ପ୍ରକାରର ଦାୟିତ୍ୱ ନେବା ସହ ସୁରୁଖୁରୁରେ ପରିଚାଳନା ଏବଂ କୋଭିଡ୍‌ ନିୟମ ମାନି ଦର୍ଶନ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ରହିଥିଲା ।   

ତେବେ ଏହି ନିର୍ଦ୍ଦେଶକୁ ପାଳନ କରିବା ସହିତ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଚଳିତ ବର୍ଷ ଜାଗର ଯାତ୍ରା ପାଇଁ ଆଠଗଡ଼ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ୧୧ତାରିଖ ସକାଳ ୬ ଘଟିକାଠାରୁ ୧୨ ତାରିଖ ସକାଳ ୬  ଘଟିକା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ । କେବଳ ପୂଜକମାନଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ରାତି ୧୨ଟା ପରେ ମହାଦୀପ ଉଠିବ । ଆଠଗଡ଼ ଉପଜିଲ୍ଲାପାଳ ଓ ପୂଜକ ସମାଜ ମଧ୍ୟରେ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ଏହି ବୈଠକରେ ଆଠଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଅଜାମ୍ବର ମହାନ୍ତି, ପୂଜକ ସମିତି ସଭାପତି, ସଂପାଦକ, ଚୌଦ୍ୱାର SDPO ପ୍ରଶାନ୍ତ ମଲ୍ଲଙ୍କ ସମେତ ସ୍ଥାନୀୟ ସରପଞ୍ଚ ପ୍ରମୂଖ ଯୋଗଦେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.