ପଥର ମାଫିଆଙ୍କ ବେଆଇନ ଘର ଉପରେ ବୁଲିଲା ବୁଲ ଡୁଜର

Published By : Prameya-News7 Bureau | May 11, 2023 IST

ଟାଙ୍ଗୀ ୧୧/୦୫: ପଥର ମାଫିଆଙ୍କ ବେଆଇନ୍‌ କୋଠାଘରକୁ ଉଚ୍ଛେଦ କଲା ପ୍ରଶାସନ। ଏପରି ଏକ ଘଟଣା। ନୟାଗଡ଼ ଜିଲ୍ଲାର ରଣପୁର ତହସିଲରେ ଥିବା ମୟୁରଝାଲିଆ ଗାଁରେ ଏପରି ଘଟଣା ଘଟିଛି। ପ୍ରଶାସନ ପକ୍ଷରୁ ବୁଲ୍‌ ଡୁଜର ଚଢ଼ାଇ ସେହି ଘରକୁ ଭଙ୍ଗାଯାଇଛି। ସେଠାରେ ପଥର ମାଫିଆମାନେ ଆଡ୍ଡା ଜମାଉଥିଲେ।

ଖବର ଅନୁସାରେ, ସେହି ଘରୁ ପ୍ରଶାସନ ବହୁ ଯନ୍ତ୍ରପାତି ମଧ୍ୟ ଜବତ କରିଛି। ଯାହାକି ପଥର ମାଫିଆମାନେ ବେଆଇନ ମାଙ୍କଡା ପଥର ଖନନ ଏବଂ ମୋରମ ଚୋରା ଚାଲାଣରେ ବ୍ୟବହାର କରୁଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରଣପୁର ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ପଥର ମାଫିଆମାନଙ୍କ ଏହି ବେଆଇନ ଘରକୁ ଭଙ୍ଗାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.