ଭଜନ ଗାଇ ଜଗନ୍ନାଥକୁ କରୁଥିଲେ ଗୁହାରୀ, ହଠାତ୍ ଚାଲିଗଲା ଜୀବନ

Published By : Prameya-News7 Bureau | July 11, 2024 IST

ଗଜପତି ୧୧/୦୭: ଏମିତି ବି ଆସେ ମୃତ୍ୟୁ । ଗୀତ ଗାଉ ଗାଉ ଚାଲିଗଲା ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ଗଜପତିରେ। ଗୀତ ଗାଉଥିବା ବେଳେ ଜିଲ୍ଲା ରେଭିନ୍ୟୁ ଏଡିଏମ୍ ବୀରେନ୍ଦ୍ର କୁମାର ଦାସଙ୍କ ମୃତ୍ୟୁ ହୋଇଛି । ବୁଧବାର ରାତିରେ ବିଏନ ପ୍ୟାଲେଶରେ ପ୍ରଶାସନ ଦ୍ୱାରା ଆୟୋଜିତ ଗୋଟେ ଭୋଜିରେ ଜଗନ୍ନାଥ ଜଣାଣ ଗାଇବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ ସେ । 

ସେଠାରୁ ସାଙ୍ଗେ ସାଙ୍ଗେ ପାରଳାଖେମୁଣ୍ଡି ଜିଲାମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୨ ବର୍ଷ ହେଲା ବିରେନ୍ଦ୍ର ଦାସ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଦାୟିତ୍ୱରେ ରହିଥିଲେ । ତାଙ୍କ ବିୟୋଗରେ ଜିଲାରେ ଶୋକର ଛାୟା ଖେଳିଯାଇଛି । 

ସୂଚନା ଥାଉକି, ବୈଠକ ଚାଲିଥିଲା । ସଭିଏଁ ସେଲିବ୍ରେସନ ମୁଡ୍‌ରେ ଥିଲେ । କାର୍ଯ୍ୟକ୍ରମରେ ମଂଚ ଉପରକୁ ଯାଇ ଗୀତ ଗାଉଥିଲେ ବୀରେନ୍ଦ୍ର । ରେଭିନ୍ୟୁ ଏଡିଏମଙ୍କ ଗୀତରେ ସମସ୍ତେ ଝୁମୁଥିଲେ। ଭାବବିହ୍ୱଳ ବି ହୋଇପଡିଥିଲେ । ଗୀତ ଗାଉଥିବା ବେଳେ ହଠାତ୍ ମଞ୍ଚରେ ପଡି ଯାଇଥିଲେ ରେଭିନ୍ୟୁ ଏଡିଏମ । 

ତୁରନ୍ତ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରେଭିନ୍ୟୁ ଏଡିଏମଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସହଯୋଗୀ ଷ୍ଟାଫ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.