ଭୁବନେଶ୍ବର ୩୦।୮: ଦିବ୍ୟାଙ୍ଗ ବିଧବା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧବୃଦ୍ଧାମାନେ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ । କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ କହିଛନ୍ତି, ସରକାରକୁ ଆସିବା ପୂର୍ବରୁ, ବିଜେପି ଯେଉଁ ଇସ୍ତାହାର ଘୋଷଣା କରିଥିଲା ତାହା ପୂରଣ କରୁ । ବୁଢ଼ାବୁଢ଼ୀଙ୍କର ଯାହା ଆଶା ଆକାଂକ୍ଷା ପୂରଣ ହୋଇପାରିନି ତାହା ପୂରଣ କର । ଘୋଷଣା କରିଥିବା କଥା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନି । ଆନ୍ଧ୍ରପ୍ରଦେଶରେ ବାର୍ଦ୍ଧକ୍ୟ ଭତ୍ତା ୩ରୁ ୫ ହଜାର ଦିଆଯାଉଥିବା ବେଳେ ଭିନ୍ନକ୍ଷମଙ୍କୁ ୬ ହଜାର ଟଙ୍କା ଦିଆଯାଉଛି । ବିଜେପି ସରକାରକୁ ଆସିବା ପରେ ଭିନ୍ନକ୍ଷମ ଓ ଦିବ୍ୟାଙ୍ଗକୁ ଭୁଲି ଯାଇଛନ୍ତି । ବର୍ଦ୍ଧିତ ଭତ୍ତା ନ ଦେବେ ବୃଦ୍ଧାବୃଦ୍ଧଙ୍କ ପ୍ରଶ୍ନବାଣରେ ବିବ୍ରତ ହେବେ । ସମୟ ଅଛି ସାବଧାନ ହୋଇଯାଅ । ଦାୟିତ୍ୱବାନ ସରକାର ହିସାବରେ ଦାୟିତ୍ୱ ନିର୍ବାହ କର, ପଳାୟନପନ୍ଥୀ ନ ହୁଅ ।
ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ରାଜ୍ୟରେ କେନ୍ଦ୍ରୀୟ ଭତ୍ତା ଯୋଜନାରେ ୩୬,୭୫୦୦୮ ଭତ୍ତା ପାଉଥିବା ବେଳେ ମଧୁ ବାବୁ ପେନସନ ଯୋଜନାରେ ୨୦,୩୩,୯୬୮ ଜଣ ଭତ୍ତା ପାଉଛନ୍ତି । ଜାତୀୟ ବାର୍ଦ୍ଧକ୍ୟ ଭତ୍ତାରେ ବୃଦ୍ଧବୃଦ୍ଧା ୬୦ରୁ ୭୯ ବର୍ଷର ୧୨,୬୨,୯୨୨ ଜଣ ହିତାଧିକାରୀ ଅଛନ୍ତି, ସେମାନଙ୍କୁ ୧ ହଜାର ଟଙ୍କା ଭତ୍ତା ଦିଆଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦ ଟଙ୍କା, ରାଜ୍ୟ ସରକାରଙ୍କ ପକ୍ଷରୁ ୮୦୦ ଟଙ୍କା ଦିଆଯାଉଛି । ୮୦ ବର୍ଷରୁ ଉର୍ଦ୍ଧ୍ବ ୧,୫୫,୭୦୯ ବୃଦ୍ଧବୃଦ୍ଧା ଅଛନ୍ତି । ସେମାନଙ୍କୁ ୧୨୦୦ ଟଙ୍କା ଦିଆଯାଉଛି । କେନ୍ଦ୍ର ସରକାର ୫୦୦, ରାଜ୍ୟ ସରକାର ୭୦୦ ଟଙ୍କା ଦେଉଛନ୍ତି । ବିଧବା ମାନେ ୫,୨୫,୦୪୫ ଅଛନ୍ତି, ସେମାନଙ୍କୁ ୧୦୦୦ ଟଙ୍କା ଦିଆଯାଉଛି, କେନ୍ଦ୍ର ୩୦୦ ଓ ରାଜ୍ୟ ସରକାର ୭୦୦ ଟଙ୍କା ଦେଉଛନ୍ତି । ଭିନ୍ନକ୍ଷମ ମାନଙ୍କ ସଂଖ୍ୟା ହେଉଛି ୯୦,୨୮୨ ଅଛନ୍ତି । ସେମାନଙ୍କୁ ୧୨୦୦ ଟଙ୍କା ଦିଆଯାଉଛି, ୩୦୦ କେନ୍ଦ୍ର ଏବଂ ରାଜ୍ୟ ସରକାର ୯୦୦ ଟଙ୍କା ଦେଉଛନ୍ତି । ୮୦ ବର୍ଷରୁ ଉର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ୧୪୦୦ ଟଙ୍କା ଦିଆଯାଉଛି । ମଧୁବାବୁ ପେନସନ ଯୋଜନାରେ ୬୦ ବର୍ଷରୁ ୭୯ ବର୍ଷ ମଧ୍ୟରେ ବୃଦ୍ଧ ବୃଦ୍ଧାଙ୍କୁ ୧୦୦୦ ଟଙ୍କା ୮୦ ବର୍ଷରୁ ଉର୍ଦ୍ଧ୍ବଙ୍କୁ ୧୨୦୦ ଟଙ୍କା, ଅବିବାହିତ, ବିଧବା ଏବଂ ପରିତ୍ୟକ୍ତାଙ୍କୁ ୧୦୦୦ ଟଙ୍କା ଦିଆଯାଉଛି । ଭିନ୍ନକ୍ଷମମାନକୁ ୧୨୦୦ ଟଙ୍କା ରାଜ୍ୟ ସରକାର ଭତ୍ତା ଦେଉଛନ୍ତି । ସେହିଭଳି ଭାବରେ ଗ୍ରୀଷ୍ମ ଏବଂ ଶୀତ କାଳରେ ୧୦୦ ଏବଂ ୨୦୦ ଟଙ୍କା ଦିଆଯାଉଛି ।
You Can Read: