ସିବିଆଇ ତଦନ୍ତ ଦାବି: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆଦିତ୍ୟଙ୍କ ପରିବାର, ଦାଖଲ କଲେ ପିଟିସନ୍

Published By : Prameya-News7 Bureau | August 28, 2020 IST

ଭୁବନେଶ୍ବର୨୮/୮: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ୍‌। ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆଦିତ୍ୟଙ୍କ ପରିବାର। ଏ ନେଇ ହାଇକୋର୍ଟରେ ପିଟିସନ ଦାଖଲ କଲେ ଆଦିତ୍ୟଙ୍କ ବାପା-ମାଆ। ଏପଟେ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ଫରେନ୍‌ସିକ ସେଣ୍ଟରରେ ବିକାଶ, ପପୁ ଏବଂ ଦୀପକ ହାଜର ହୋଇଛନ୍ତି।

ଆଦିତ୍ୟଙ୍କ ଏହି ୩ ସହଯୋଗୀଙ୍କ  ଲାଏ ଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇ ସାରିଛି। ଗତକାଲି ଲାଏ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରା  କରିଥିଲା କ୍ରାଇମ ବ୍ରାଞ୍ଚ। ରସୁଲଗଡ଼ସ୍ଥିତ ଫରେନ୍ସିକ ଲ୍ୟାବ୍‌ରେ ଏମାନଙ୍କ ଲାଏ ଡିଟେକ୍ସନ ଚାଲିଛି।ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଦୀର୍ଘ ୫ ଘଣ୍ଟା ଧରି ଲାଏ ଡିଟେକ୍ସନର ସମ୍ମୁଖୀନ ହୋଇଥିଲେ।

ଆଜି ଆଦିତ୍ୟଙ୍କ ୩ ସହଯୋଗୀ ଲାଏ ଡିଟେକ୍ସନ ଫାଶରେ ପଡିଛନ୍ତି। ଗତକାଲି ବିଦ୍ୟାଶ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଗୁଡାଇତୁଡାଇ ପ୍ରଶ୍ନ କରିଥିଲା। କିଛିଦିନ ତଳେ ଆଦିତ୍ୟଙ୍କ ବାପା-ମାଆ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିଲେ। ଆମକୁ ନ୍ୟାୟ ଦରକାର ବୋଲି ସେହି ଭିଡିଓରେ ସେମାନେ କହିଥିଲେ। ପୁଣି ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ପରିବାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.