୨୦୨୦ ମସିହାରେ ଏହି ସୁପର ମଡେଲଙ୍କୁ ବିବାହ କରିବେ ଆଦିତ୍ୟ ରଏ କପୁର!
21/08/2019 at 9:56 AM

ମୁମ୍ବାଇ୨୧|୮: ଆଦିତ୍ୟ ରଏ କପୁର ଫିଲ୍ମ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିସାରିଛନ୍ତି। ୨୦୧୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଆଶିକି-୨ରୁ ସେ ବେଶ ସଫଳତା ଲାଭ କରିଥିଲେ। ମିଡିଆଠୁ ଦୂରରେ ରହିବା ପସନ୍ଦ କରନ୍ତି ଆଦିତ୍ୟ।

ବଲିଉଡ ଅଭିନେତା ଆଦିତ୍ୟ ଆଜିକାଲି ନିଜ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଆଶିକି-୨ ଚଳଚ୍ଚିତ୍ରର ସଫଳତା ପରେ ତାଙ୍କ ନାଁ ଶ୍ରଦ୍ଧା କପୁରଙ୍କ ସହ ଯୋଡା ଯାଇଥିଲା। ଉଭୟଙ୍କ ଡେଟିଂ ଖବର ଜୋରସୋର୍ରେ ଛାଇଥିଲା। କିନ୍ତୁ ଏବେ ଆଦି ଜଣେ ମଡେଲଙ୍କ ସହ ରିଲେସନଶିପ୍ରେ ଅଛନ୍ତି ବୋଲି ଚର୍ଚ୍ଚା ଚାଲିଛି।

ସୂଚନାଯୋଗ୍ୟ ଯେ, ଆଦିତ୍ୟ ଖୁବ ଶୀଘ୍ର ତାଙ୍କ ଗର୍ଲଫ୍ରେଣ୍ଡକୁ ବିବାହ କରିବେ। ମଡେଲ ଡିଭା ଧୱନଙ୍କ ସହ ଆଦିତ୍ୟଙ୍କ ନାଁ ଯୋଡା ଯାଉଛି। ଉଭୟଙ୍କୁ ରିଲେସନଶିପ୍ ବିଷୟରେ ପ୍ରଶ୍ନ ପଚାରାଗଲେ ଦୁହେଁ ମନା କରନ୍ତି। ହେଲେ ଏବେ ସେମାନଙ୍କ ବିବାହ ଚର୍ଚ୍ଚା ଜୋରସୋରରେ ଚାଲିଛି। ଚଳିତ ବର୍ଷ ଆଦିତ୍ୟ ଓ ଡିଭାଙ୍କ ନିର୍ବନ୍ଧ ହେବାକୁ ଯାଉଛି। ଆଗାମୀ ବର୍ଷ ୨୦୨୦ ମସିହାରେ ଉଭୟ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

କରନଙ୍କ ସୋ କଫି ୱିଥ୍ କରନରେ ଥରେ ଆଦିତ୍ୟ ଗେଷ୍ଟ ଭାବେ ଯାଇଥିଲେ। ସେଦିନ ଡିଭାଙ୍କୁ ନେଇ କରନ ପ୍ରଶ୍ମ କରିଥିବାରୁ ଆଦିତ୍ୟ କହିଥିଲେ ଯେ, ଡିଭା କେବଳ ତାଙ୍କ ଭଲ ବନ୍ଧୁ। ସେମାନେ ଥରେ ଡିନରରେ ଯାଇଥିଲେ। ଡିନର ପରେ ତାଙ୍କୁ ଏକା ସହ ସ୍ପଟ କରାଯାଇଥିଲା ଓ ସେବେଠୁ ଏହି ଚର୍ଚ୍ଚା ଚାଲିଛି ବୋଲି ଆଦି କହିଥିଲେ। ଏହା ବ୍ୟତୀତ ଉଭୟଙ୍କ ମଧ୍ୟରେ କୌଣସି ସମ୍ବନ୍ଧ ନାହିଁ।

ତେବେ ଆଦିତ୍ୟଙ୍କର ଏବେ ଆଉ ଏକ ଫିଲ୍ମ ରିଲିଜ ହେବାକୁ ଯାଉଛି। ମହେଶ ଭଟ୍ଟଙ୍କ ଫିଲ୍ମ ସଡକ୨ରେ ଆଦିତ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏବେ କିଛି ଦିନ ତଳେ ଫିଲ୍ମର ଶୁଟିଂ ସରିଛି। ଏହି ଫିଲ୍ମରେ ଆଦିତ୍ୟଙ୍କ ସହ ଆଲିୟା ଭଟ୍ଟ, ପୂଜା ଭଟ୍ଟ ଓ ସଂଜୟ ଦତ୍ତ ନଜର ଆସିବେ। ଫିଲ୍ମ ରିଲିଜ ନେଇ ଦର୍ଶକ ଅପେକ୍ଷାରେ ଅଛନ୍ତି।