ବାତ୍ୟା ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା ୫୨ କହିଲେ ସରକାର, ପ୍ରାଥମିକ ଆକଳନ ଅନୁସାରେ ୨ ହଜାର ୨୦୦ କୋଟି ଟଙ୍କାର କ୍ଷୟକ୍ଷତି

Published By : Prameya-News7 Bureau | October 17, 2018 IST

ଭୁବନେଶ୍ୱର ୧୭/୧୦ : ବାତ୍ୟା ତିତିଲି ନେଇ ସମୀକ୍ଷା ବୈଠକ ଶେଷ ହୋଇଛି | ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସୂଚନା ଦେଇଛନ୍ତି ଯେ, ଆସନ୍ତା ୨୦ ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ ହେବ | ପ୍ରାଥମିକ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବାତ୍ୟା ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା ୫୨ ହୋଇଛି ବୋଲି ସେ କହିଛନ୍ତି | ନିଖୋଜ ଥିବା ୧୦ ଜଣଙ୍କ ମୃତ୍ୟୁ ଖବର ନେଇ ଅନୁଧ୍ୟାନ ଚାଲିଛି | ପ୍ରାଥମିକ କ୍ଷୟକ୍ଷତି ଆକଳନ ୨ ହଜାର ୨୦୦ କୋଟି ଟଙ୍କା ହୋଇଛି ବୋଲି ସେ ସୂଚନା ଦେଇଛନ୍ତି | ରାସ୍ତାଘାଟ ପାଇଁ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି, ବିଦ୍ୟୁତ ପାଇଁ ୧୩୩ କୋଟି, ଘର ପାଇଁ ୧୫୦ କୋଟି, ଚାଷ ପାଇଁ ୨୩୩ କୋଟି ଟଙ୍କା କ୍ଷୟକ୍ଷତି ହୋଇଛି | ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ପୁନଃଉଦ୍ଧାର କାମ ସରିଲାଣି | ୨୦ ତାରିଖ ସୁଦ୍ଧା ସମସ୍ତ କାମ ସାରିବାକୁ ଉଦ୍ୟମ ଚାଲିଛି | ୨୨ ତାରିଖ ସୁଦ୍ଧା ସବୁ କାମ ସରିବ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି | ଗଞ୍ଜାମରେ କ୍ଷତିଗ୍ରସ୍ତ ଲୋକଙ୍କୁ ୨୦୦୦ ଟଙ୍କା ଲେଖାଏଁ  ଦିଆଯାଉଛି | ଏହାସହ ଚାଉଳ ଓ କିରୋସିନି ମଧ୍ୟ ଯୋଗାଇ ଦିଆଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.