ବ୍ରେକ୍ ଅପ୍ ପରେ ନିଷ୍ପତ୍ତି ବଦଳିଲା, ପ୍ରେମିକା ଛାଡି ଚାଲିଯିବା ଜିଦ୍‌ରେ ହେଲେ IAS

Published By : Prameya-News7 Bureau | December 04, 2023 IST

ବିହାର ୦୪/୧୨: ପ୍ରେମିକାର ଧୋକ୍କା ବଦଳାଇଦେଲା ଜୀବନର ଲକ୍ଷ୍ୟ । ଜିଦିରେ କ୍ରାକ୍ କଲେ ୟୁପିଏସସି । ଚତୁର୍ଥ ଥର ଚେଷ୍ଟାରେ ବନିଗଲେ IAS । ଆଜ୍ଞା ହଁ ଆମେ କହୁଛୁ ଆଇଏଏସ୍ ଅଫିସର ଆଦିତ୍ୟ ପାଣ୍ଡେଙ୍କ କଥା । ଦିନେ ବାପାଙ୍କ ସ୍ୱପ୍ନ ପୂରଣ କରିପାରିନଥିଲେ ଆଜି ହୋଇଗଲେ ବନ ଅଧିକାରୀ । ଆସନ୍ତୁ ଜାଣିବା ପୂରା ଘଟଣା....

ବିହାର ପାଟଣା ବିଷ୍ଣୁପୁରରେ ଆଦିତ୍ୟଙ୍କ ଜନ୍ମ । ୪ ଭାଇ ଭଉଣୀଙ୍କ ମଧ୍ୟରେ ସାନ ପୁଅ ଆଦିତ୍ୟ ।  ଦଶମରେ ପଢିବା ବେଲେ ପାଟଣାର ଜଣେ ଝିଅର ପ୍ରେମରେ ପଡିଥିଲେ ଆଦିତ୍ୟ । ହେଲେ କିଛି ଦିନ ପରେ ସମ୍ପର୍କରେ ପଡିଥିଲା ଭଟ୍ଟା । ବୋର୍ଡରେ ଆଶାନୁତିତ ରେଜଲ୍ଟ ନେହେବାରୁ ଗାଁ ପାଖ କଲେଜରେ ଲେଖାଇଥିଲେ ନାଁ । ଦ୍ୱାଦଶ ପରେ ବାପାଙ୍କ କଥା ମାନି ETCରେ ଇଞ୍ଜିନିୟରିଂ ହାସଲ କଲେ ଡିଗ୍ରୀ । ଆହୁରି ବି ୨୦୧୮ରେ ଏମବିଏ ପାସ୍ ଆଉଟ୍ କରି ICICI ବ୍ୟାଙ୍କରେ ନିଯୁକ୍ତି ପାଇଲେ ।

wp:html /wp:html

ତଥାପି ବୁଝିନଥିଲା ଆଦିତ୍ୟଙ୍କ ମନ । ବାରମ୍ୱାର ମନକୁ ଆସିଥିଲା ପ୍ରେମିକା ଧୋକ୍କା ଦେବାର ଘଟଣା ସବୁ । ଶେଷରେ ୨୦୨୦ରେ ବ୍ୟାଙ୍କ ଚାକିରି ଛାଡି ଆରମ୍ଭ କରିଥିଲେ ୟୁପିଏସସି ପ୍ରସ୍ତୁତି ।  ଆରମ୍ଭ କଲେ । ଫେଲ୍ ହୋଇଥିଲା ପ୍ରଥମ ଦୁଇଟି ପ୍ରୟାସ । ତଥାପି ମନୋବଳ ଟାଣ କରି ନିଜକୁ ନିଜ ସମ୍ମୁଖରେ ବିଜୟୀ କରିବାକୁ ଲଢି ଚାଲିଥିଲେ ଯୁଦ୍ଧ । ହାର୍ ନମାନି ଦେଇଥିଲେ ତୃତୀୟ ଚାନ୍ସ । କିନ୍ତୁ ମାତ୍ରା ଅଢେଇ ମାର୍କ ପାଇଁ ସଫଳତାରୁ ବାଦ୍ ପଡିଗଲେ ।

ହେଲେ ବିଶ୍ୱାସ ଆଗେ ସବୁକିଛି ସମ୍ଭବ ବୋଲି କରିଦେଖାଇଥିଲେ ଆଦିତ୍ୟ । ଆଉ ଚତୁର୍ଥ ଚାନ୍ସରେ ମାରିଥିଲେ ବାଜି । ସର୍ବଭାରତୀୟ ସ୍ତରରେ ୪୮ତମ ରାଙ୍କ ପାଇଥିଲେ ଆଦିତ୍ୟ ପାଣ୍ଡେ । କଥାରେ ଅଛି ସବୁ ସଫଳ ପୁରୁଷଙ୍କ ପଛରେ ଥାଏ ନାରୀଙ୍କ ହାତ । ସେ ବ୍ୟକ୍ତିଗତ ହେଉ ବା ବୃତ୍ତିଗତ । ଏହାର ଉଦାହରଣ ଆଦିତ୍ୟ ପାଣ୍ଡେ । ପ୍ରେମିକାଠୁ ଧୋକା ପାଇ ଆଦିତ୍ୟ ଭାଙ୍ଗି ନପଡି ବାଛିନେଇଥିଲେ ନୂଆ ରାସ୍ତା । ଯାହାର ଫଳସ୍ୱରୂପ ତାଙ୍କ ସଫଳତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.