ଆଦିତ୍ୟ ନାରାୟଣଙ୍କ ରିସପ୍ସନରେ ଧୁମ୍ ମଚାଇଲେ ଗୋବିନ୍ଦା, ଡ୍ୟାନ୍ସ୍ ଭିଡିଓ ଭାଇରାଲ

Published By : Prameya-News7 Bureau | December 04, 2020 IST

ମୁମ୍ବାଇ ୦୪/୧୨ : ସିଙ୍ଗର ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ୨ ଦିନ ତଳେ ବିବହ କରିଛନ୍ତି । ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଶ୍ବେତା ଅଗ୍ରଓ୍ବାଲଙ୍କୁ ବିବାହ କରିଛନ୍ତି । ଏବେ ଉଭୟଙ୍କ ରିସପ୍ସନ୍ ପାର୍ଟି ଧୁମଧାମରେ ସେଲିବ୍ରେଟ୍ ହୋଇଛି । ଆଦିତ୍ୟ ଏବଂ ଶ୍ବେତାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଆଦିତ୍ୟ ନାରାୟଣଙ୍କ ଓ୍ବେଡିଂ ରିସପ୍ସନରେ ବଲିଉଡ ଏବଂ ଟିଭି ଜଗତର ନାମୀଦାମୀ ଷ୍ଟାର ଯୋଗ ଦେଇଥିଲେ ।

wp:html
/wp:html

ଷ୍ଟାରମାନେ ନବଦମ୍ପତ୍ତିଙ୍କୁ ଆର୍ଶୀବାଦ କରିବା ସହିତ ପାର୍ଟିରେ ଭରପୁର ଡ୍ୟାନ୍ସ କରିଥିଲେ । ଏହି ପାର୍ଟିରେ ବଲିଉଡର ହିରୋ ନମ୍ବର ଓ୍ବାନ୍ ଗୋବିନ୍ଦା ମଧ୍ୟ ପହଞ୍ଚିଥିଲେ । ​‌ତେବେ ଆଦିତ୍ୟ ଏବଂ ଶ୍ବେତାଙ୍କ ରିସପ୍ସନରେ ଗୋବିନ୍ଦାଙ୍କ ଡ୍ୟାନ୍ସ୍ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆଦିତ୍ୟଙଙ୍କ ବାପା ଉଦିତ ନାରାୟଣ, ମା ଦୀପା ନାରାୟଣଙ୍କ ସମେତ ଗୋବିନ୍ଦାଙ୍କ ପତ୍ନୀ ସୁନୀତାମଧ୍ୟ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ସମସ୍ତେ ଆଦିତ୍ୟ ଗାଇଥିବା ‘ବଦଲେ ମେ ୟୁପି ବିହାର ଲେ ଲେ’ ଗୀତରେ ଧମାକାଦାର ଡ୍ୟାନ୍ସ କରିଥିଲେ । ଆଦିତ୍ୟଙ୍କ ରିସପ୍ସନରେ ସମସ୍ତେ ନାଚ ଗୀତରେ ମଜଲୁସ ଥିବା ଦେଖିବାକୁ ମିଳିଛି ।

wp:html
/wp:html

୧୦ ବର୍ଷ ଉଭୟ ଉଭୟଙ୍କୁ ଡେଟ୍ କରିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଦିତ୍ୟ ଏବଂ ଶ୍ବେତା ଡିସେମ୍ବର ୧ ରେ ବିବାହ କରିଥିଲେ । ଏହି ବିବାହ ଉତ୍ସବରେ ପରିବାର ଲୋକଙ୍କ ସହିତ ଅଳ୍ପ କିଛି ବନ୍ଧୁ ପରିଜନ ସାମିଲ ହୋଇଥିଲେ । କରୋନା ମହାମାରୀ କାରଣରୁ ଖୁବ କମ ଲୋକ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତୀ ସିଂହ, ହର୍ଷ ଲିମ୍ବାଚିଆଙ୍କ ସମେତ ବହୁ ନାମୀଦାମୀ କଳାକାଳ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.