ବାହାହେଲେ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ, ଦୀର୍ଘଦିନର ବାନ୍ଧବୀଙ୍କୁ କଲେ ଜୀବନସାଥୀ

Published By : Prameya-News7 Bureau | December 01, 2020 IST

ମୁମ୍ବାଇ ୦୧/୧୨ : ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ସୁପୁତ୍ର ଆଦିତ୍ୟ ନାରାୟଣ ବିବାହ କରିଛନ୍ତି । ଆଦିତ୍ୟ ତାଙ୍କର ଦୀର୍ଘଦିନର ବାନ୍ଧବୀ ଶ୍ବେତା ଅଗ୍ରଓ୍ବାଲଙ୍କୁ ବିବାହ କରିଛନ୍ତି । କରୋନା ମହାମାରୀ କାରଣରୁ ଯାକଜକମରେ ନକରି ସାଧାସିଧା ଏବଂ କମ ଅତିଥିରେ ବିବାହ କରିଛନ୍ତି ଆଦିତ୍ୟ । ତେବେ ଇତିମଧ୍ୟରେ ଆଦିତ୍ୟ ଏବଂ ଶ୍ବେତାଙ୍କର ବାହାଘର ଫଟୋ ସାମ୍ନାକୁ ଆସିଛି ।

{"id":371020,"sizeSlug":"large"}

ଆାଦିତ୍ୟ ଏବଂ ଶ୍ବେତା କିଛି ଦିନ ତଳେ ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ବିବାହକୁ ନେଇ ଘୋଷଣା କରିଥିଲେ । ଏହା ପରେ ଫ୍ୟାନ୍ସମାନେ ଉଭୟଙ୍କ ବାହାଘରକୁ ନେଇ ଉତ୍ସାହିତ ଥିଲେ । ତେବେ ଏଥି ମଧ୍ୟରେ ପ୍ରଶଂସକଙ୍କ ଅପେକ୍ଷାର ମଧ୍ୟ ଅନ୍ତ ଘଟିଛି କାହିଁକିନା ଆଦିତ୍ୟଙ୍କ ବିବାହ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଆଦିତ୍ୟଙ୍କ ପ୍ରଶଂସକ ତାଙ୍କ ବିବାହର କିଛି ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଆଦିତ୍ୟ ଏକ କ୍ରିମ ରଙ୍ଗର ସେରଓ୍ବାନୀ ସହିତ ଜବରଦସ୍ତ ଲୁକରେ ନଜର ଆସିଛନ୍ତି ।

{"id":371021,"sizeSlug":"large"}

ଅନ୍ୟପଟେ ଶ୍ବେତା ଅଗ୍ରଓ୍ବାଲଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି । କନ୍ୟା ବେଶରେ ଶ୍ବେତା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଶ୍ବେତା ଅଗ୍ରଓ୍ବାଲ ଅଫ୍ ହ୍ବାଇଟ୍ ରଙ୍ଗର ଲେହେଙ୍ଗାରେ ନଜର ଆସିଛନ୍ତି । କିଛିଦିନ ତଳେ ଆଦିତ୍ୟ ଏବଂ ଶ୍ବେତାଙ୍କର ତିଲକର କିଛି ଫଟୋ ସାମ୍ନାକୁ ଆସିଥିଲା । ଆଦିତ୍ୟ ନାରାୟଣଙ୍କ ପିତା ଉଦିତ ନାରାୟଣ ଏବଂ ମା ଦୀପା ନାରାୟଣ ଉଭୟଙ୍କ ବିବାହକୁ ନେଇ ବେଶ ଖୁସିଥିବା କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.