scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଦିତ୍ୟ L1ର ଦ୍ବିତୀୟ କକ୍ଷ ପରିବର୍ତ୍ତନ, ୫ଟି ଅର୍ବିଟ୍ ପରେ ଖୋଜିବ ସୂର୍ଯ୍ୟ ରହସ୍ୟ

5/09/2023 at 9:01 AM

ବେଙ୍ଗାଳୁରୁ: ମିଶନ ସୂର୍ଯ୍ୟ ଦିଗରେ ଆଉ ପାଦେ ଆଗେଇଲା ଇସ୍ରୋ । ସୂର୍ଯ୍ୟଙ୍କ ନିକଟତର ହେଲା ଆଦିତ୍ୟ L1 । ଦ୍ବିତୀୟ ଥର ପାଇଁ ସଫଳତାର ସହ କକ୍ଷ ପରିବର୍ତ୍ତନ ହୋଇଛି। ସୋମବାର ରାତି ୨ଟା ୪୫ରେ ପୃଥିବୀ ଚାରିପଟେ ଆଦିତ୍ୟ L1 ସ୍ପେସକ୍ରାଫ୍ଟର କକ୍ଷପଥକୁ ବୃଦ୍ଧି କରାଯାଇଛି । ଏବେ ଏହା ପୃଥିବୀଠାରୁ ସର୍ବନିମ୍ନ ୨୮୨ କିଲୋମିଟର ଏବଂ ସର୍ବାଧିକ ୪୦ହଜାର ୨୫୫ କିଲୋମିଟର ବିଶିଷ୍ଟ ଏକ ଅଣ୍ଡାକାର ଅର୍ବିଟ୍‌ରେ ଘୁରୁଛି । ଏନେଇ ଇସ୍ରୋ ଟୁଇଟ୍ କରି ସୂଚନା ଦେଇଛି ।

ତେବେ ପରବର୍ତ୍ତୀ କକ୍ଷ ପରିବର୍ତ୍ତନ ସେପ୍ଟେମ୍ବର ୧୦ ତାରିଖ ରାତି ୨ଟା ୩୦ମିନିଟରେ ହେବ । ଆଦିତ୍ୟ L1କୁ ସେପ୍ଟେବର ୨ତାରିଖ ଦିନ ୧୧ଟା ୫୦ ମିନିଟ୍‌ରେ ଶ୍ରୀହରି କୋଟାରୁ ସ୍ପେସ୍ ଷ୍ଟେସନରୁ ଉତକ୍ଷେପଣ କରାଯାଇଥିଲା । ଏହା ୬୩ ମିନିଟ୍ ୧୯ ସେକେଣ୍ଡ ଭିତରେ ପୃଥିବୀର ନିମ୍ନ କକ୍ଷପଥରେ ପହଞ୍ଚିଯାଇଥିଲା । ୪ ମାସ ଧରି ଯାତ୍ରା କରିବା ପରେ ଏବା ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂର ଲାଙ୍ଗରାଞ୍ଜ ପଏଣ୍ଟ -୧ରେ ପହଞ୍ଚିବ । ସେଠାରେ ଏକ ନିର୍ଦିଷ୍ଟ କକ୍ଷପଥରେ ଘୁରିବା ସହ ସୂର୍ଯ୍ୟ ସମ୍ପର୍କରେ ଅଧିକ ପରୀକ୍ଷଣ କରିବ ।

ସୂର୍ଯ୍ୟର ବିଭିନ୍ନ ଗତିବିଧି, ସୌରଝଡ ଓ ମହାକାଶର ପାଣିପାଗ ସମ୍ପର୍କରେ ଆଦିତ୍ୟ ଏଲ୍‌-୧ ଅଧ୍ୟୟନ କରିବ । ସେହିଭଳି ସୂର୍ଯ୍ୟ ପୃଷ୍ଠରେ ହେଉଥିବା ଉତ୍ତପ୍ତ, ସୌରଝଡ଼ ବା କମ୍ପନ ଓ ତାର ତାପମାତ୍ରା, ସୂର୍ଯ୍ୟ ବାୟୁମଣ୍ଡଳ, ସୂର୍ଯ୍ୟଠାରୁ ପୃଥିବୀକୁ ଆସୁଥିବା କିରଣ ଯୋଗୁ ପରିବେଶ ଉପରେ ପଡୁଥିବା ପ୍ରଭାବ ଆଦି ସମ୍ପର୍କରେ ଏହି ମହକାଶ ଯାନ ଅଧ୍ୟୟନ କରିବ । ଯେଉଁ ସୌରଜଗତରେ ଆମର ପୃଥିବୀ ରହିଛି ତାର କେନ୍ଦ୍ର ହେଉଛି ସୂର୍ଯ୍ୟ । ସେଥିପାଇଁ କୁହାଯାଏ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର । ପୃଥିବୀ ସମେତ ସମସ୍ତ ୮ଟି ଯାକ ଗ୍ରହ ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି। ସୂର୍ଯ୍ୟ ଯୋଗୁ ହିଁ ପୃଥିବୀରେ ଜୀବଜଗତ ସମ୍ଭବ ହୋଇପାରିଛି । 

   Related Posts