ଶେଷ ପର୍ଯ୍ୟାୟରେ ଆଦିତ୍ୟ- L1 ପ୍ରସ୍ତୁତି, ଲଞ୍ଚପ୍ୟାଡ୍ରେ ପ୍ରସ୍ତୁତ PSLV- C57 ରକେଟ୍
30/08/2023 at 3:50 PM

ନୂଆଦିଲ୍ଲୀ, ୩୦/୦୮: ଶ୍ରୀହରିକୋଟାର ଲଞ୍ଚ ପ୍ୟାଡ୍ରେ ପ୍ରସ୍ତୁତ ଆଦିତ୍ୟ- L1 । ସେପ୍ଟେମ୍ବର ୨ ତାରିଖରେ ଲଞ୍ଚ ହେବାକୁ ଥିବା ଭାରତର ପ୍ରଥମ ସୌର ମିଶନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏଥିପାଇଁ ଦ୍ବିତୀୟ ଲଞ୍ଚପ୍ୟାଡ୍ରେ PSLV- C57 ରକେଟ୍ ପ୍ରସ୍ତୁତ ହୋଇ ରହିଛି । ଏହାର ପ୍ରଥମ ଫଟୋ ଜାରି କରିଛି ଇସ୍ରୋ । ସେପ୍ଟେମ୍ବର ୨ ଦିନ ୧୧ଟା ୫୦ମିନିଟ୍ ରେ ଏହା ଉତକ୍ଷେପଣ କରାଯିବ ।
PSLV- C57 ରକେଟ୍ ଆଦିତ୍ୟ L1 କୁ ନେଇ ମହାକାଶକୁ ଯିବ। ଇସ୍ରୋ ପଠାଉଥିବା ସାଟେଲାଇଟ୍ ଆଦିତ୍ୟ ଏଲ-୧ ପ୍ରଥମ ‘ଲଙ୍ଗରେଞ୍ଜ’ ପଏଣ୍ଟ ନିକଟରେ ଅବସ୍ଥାପିତ ହେବ । ସୂଚନା ଅନୁସାରେ, ଏହା ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର ମହାକାଶରେ ଅବସ୍ଥାପିତ ହେବ । ଆଦିତ୍ୟ ଏଲ-୧ ସୂର୍ଯ୍ୟର ରହସ୍ୟ ବାବଦରେ ଇସ୍ରୋକୁ ତଥ୍ୟ ପଠାଇବ ।
ସୂର୍ଯ୍ୟର ରହସ୍ୟ ଜାଣିବା ପାଇଁ ଆଜି ଯାଏଁ ଆମେରିକା, ଜର୍ମାନୀ ଓ ୟୁରୋପୀୟ ଦେଶ ପ୍ରାୟ ୨୨ଟି ମିସନ୍ ପଠାଇ ସାରିଛନ୍ତି । ୨ ତାରିଖରେ ଆରମ୍ଭ ହେଉଥିବା ଏହି ଅଭିଯାନକୁ ୪ ମାସ ଲାଗିବ। ଆଉ ଏହାକୁ ନେଇ ସାରା ବିଶ୍ୱରେ ଉକ୍ରଣ୍ଠା ବଢିଯାଇଛି ।
ଆହୁରି ପଢ଼ନ୍ତୁ: ଆଦିତ୍ୟ L1କୁ ନେଇ ଇସ୍ରୋର ବଡ଼ ଅପଡେଟ୍: ଜାରି ହେଲା ଲଞ୍ଚିଂ ସମୟ