scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଦିତ୍ୟଙ୍କ ଅପମୃତ୍ୟୁକୁ ବର୍ଷେ ପୁରିଲା : ଯଦି ହତ୍ୟା ନୁହେଁ , ତାହେଲେ କାହିଁକି ସେ ହାରିଲେ ଜୀବନ…

7/07/2021 at 1:00 PM

ଭୁବନେଶ୍ୱର ୦୭।୦୭: ସମାଜସେବୀ ଆଦିତ୍ୟ ଦାଶଙ୍କ ସୁଇସାଇଡ୍‌ ମିଷ୍ଟ୍ରିକୁ ବର୍ଷେ ପୁରିଛି । ବହୁ ବାଦବିବାଦ ସତ୍ତେ୍ୱ ଏଯାଏଁ ଘଟଣାରେ ପୂର୍ଣ୍ଣଚ୍ଛେଦ ପଡି଼ନଥିଲେ ବି ଅନେକାଂଶରେ ସ୍ପଷ୍ଟତା ଆସିଛି । ପ୍ରଥମେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଚର୍ଚ୍ଚା ହେଉଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଏହାକୁ ପରେ ଖଣ୍ଡନ କରିଥିଲା । ଯଦି ଆଦିତ୍ୟ ଆତ୍ମହତ୍ୟା କରିଥାନ୍ତି, ତେବେ ଏହା ପଛର କାହାଣୀର ରହସ୍ୟ ଏଯାଏଁ ଫିଟିପାରିନି ।

ଗତବର୍ଷ ଜୁଲାଇ ୭ ତାରିଖ ରାତିରେ ଶ୍ରୀଲିଙ୍ଗରାଜ ରେଳ ଷ୍ଟେସନର କେଇ ମିଟର ଦୂରରେ ଆଦିତ୍ୟଙ୍କ କ୍ଷତାକ୍ତ ମୃତଦେହ ରେଳଧାରଣାରୁ ମିଳିଥିଲା । ଭୁବନେଶ୍ୱର ଜିଆର୍‌ପି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ଏହା ଆଦିତ୍ୟଙ୍କ ସମର୍ଥକମାନଙ୍କୁ ହଜମ ହୋଇନଥିଲା । ସୋସିଆଲ୍‌ ମିଡିଆରେ ଆଦିତ୍ୟଙ୍କୁ ନେଇ ଏକ ଝଡ଼ ଉଠିଥିଲା । ପରେ ଜିଆର୍‌ପି ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା । ଆଦିତ୍ୟଙ୍କ ପିପୁଲ ଫର୍‌ ସେବାର ସହକର୍ମୀ ଓ ସ୍ତ୍ରୀ ବିଦ୍ୟାଶ୍ରୀ ପ୍ରଥମେ ସନ୍ଦେହଘେରକୁ ଆସିଥିଲେ । ଯେହେତୁ ଉଭୟ ଗୋଷ୍ଠୀ ଗଣମାଧ୍ୟମ ସାମ୍ନାରେ ପରସ୍ପର ଉପରେ ଦୋଷାରୋପ କରୁଥିଲେ ।

ପୁଲିସ ସେମାନଙ୍କୁ ଥାନାକୁ ଡାକି ଏକାଧିକ ଥର ଜେରା କରିଥିଲା । ‘ହାର୍ଡ ଆଣ୍ଡ ବ୍ଲଣ୍ଟ ଟ୍ରୋମା’ ହିଁ ଆଦିତ୍ୟଙ୍କ ମୃତ୍ୟୁର ଏକମାତ୍ର କାରଣ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିଲା । କିନ୍ତୁ ସମୟକ୍ରମେ ତଦନ୍ତ ଦିଗହରା ହେବା ଦେଖି ମାମଲାଟି କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଗଲା । କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ବିଦ୍ୟାଶ୍ରୀ ଓ ପିପୁଲ ଫର୍‌ ସେବାର ଅନ୍ୟ ୩ କର୍ମକର୍ତ୍ତାଙ୍କ ‘ଲାଏ ଡିଟେକ୍ସନ ଟେଷ୍ଟ’ ହୋଇଥିଲା । ପରେ ମାମଲାଟିର ନିରପେକ୍ଷ ଯାଞ୍ଚ ପାଇଁ ବିଦ୍ୟାଶ୍ରୀ ଓ ପିପୁଲ ଫର୍‌ ସେବା ପକ୍ଷରୁ ହାଇକୋର୍ଟରେ ଅପିଲ୍‌ କରାଯାଇଥିଲା ।

ଗତ ନଭେମ୍ବର ୨୦ରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ହାଇକୋର୍ଟରେ ରିପୋର୍ଟ ଦାଖଲ ହୋଇଥିଲା । ଯେଉଁଥିରେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନଥିବା ଦର୍ଶାଯାଇଥିଲା । ଯଦି ଆଦିତ୍ୟଙ୍କୁ ହତ୍ୟା କରାଯାଇନଥିଲା, ତେବେ ସେ କାହିଁକି ଆତ୍ମହତ୍ୟା କଲେ, ଏନେଇ ତଦନ୍ତକାରୀ ଟିମ୍‌ ସ୍ପଷ୍ଟ କରିନି । ଅନ୍ୟପଟେ ଏବେ ବି ତ୍ରିଲୋଚନ ବିହାରର ବୃଦ୍ଧାଶ୍ରମ ଆଦିତ୍ୟଙ୍କୁ ଝୁରୁଛି । ତାଙ୍କ ବାପା-ମା ପୁଅର ନ୍ୟାୟ ଆଶାରେ ଅନେଇ ବସିଛନ୍ତି ।

   Related Posts