ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’

Published By : Prameya-News7 Bureau | October 30, 2020 IST

କଟକ ୩୦।୧୦ : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଉପରୁ ହଟୁନି ପରଦା। ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଆଦିତ୍ୟଙ୍କ ମା’। ଏନେଇ ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’। ମୃତ୍ୟୁକୁ ପ୍ରାୟ ୩ ମାସ ବିତିଗଲାଣି ତଥାପି ପ୍ରକୃତ ଘଟଣା କ’ଣ ଥିଲା ? ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଟ୍ରେନ୍ ଲାଇନ୍‌ରେ ଫିଙ୍ଗି ଦିଆଯାଇଛି, ସେ ସଂପର୍କରେ ସ୍ପଷ୍ଟ ହେଲା ନାହିଁ।

ପ୍ରଥମେ ଜିଆରପି ତଦନ୍ତ ଭାର ସମ୍ଭାଳିଥିଲା, ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ଧୀରେ ଧୀରେ ଶୀଥିଳତା ପଡିଯାଇଥିବା ଅଭିଯୋଗ ହୋଇଛି। ଆଜି ପୁଣି ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଦିତ୍ୟଙ୍କ ମା’। ଏନେଇ ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଆଦିତ୍ୟଙ୍କ ମାଆ-ବାପାଙ୍କ ସମେତ ବୌଦ୍ଧ ଜିଲ୍ଲାବାସୀ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ଏ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ଘଟଣାର ସିବିଆଇ ତଦନ୍ତ ନ ହେଲେ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲା ସମେତ ରାଜଧାନୀରେ ତୀବ୍ର ଅସନ୍ତୋଷ ଦେଖାଯିବ ବୋଲି ଆଦିତ୍ୟଙ୍କ ସମର୍ଥକମାନେ ଚେତାବନୀ ଦେଇଥିଲେ। ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.