Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜ୍ୱେଲରୀ ବଜାରକୁ ଓହ୍ଲାଇଲେ ଆଦିତ୍ୟବିରଳା ଗ୍ରୁପ୍, ବ୍ରାଣ୍ଡେଡ୍ ଆଭୂଷଣରେ ଏବେ ଟାଟା ଓ ରିଲାଏନ୍ସକୁ ଦେବେ ଟକ୍କର

6/06/2023 at 7:32 PM

ମୁମ୍ବାଇ ୬।୬: ପୋଷାକ ଓ ଜୋତା ବ୍ୟବସାୟ ପରେ ଆଦିତ୍ୟବିରଳା ଗ୍ରୁପ ଏବେ ସ୍ୱର୍ଣ୍ଣ ଆଭୂଷଣ ବଜାରରେ ପାଦ ଥାପିବାକୁ ବାହାରିଛନ୍ତି। ଏଥି ଲାଗି ଗ୍ରୁପ ୫ ହଜାର କୋଟି ଟଙ୍କାର ମେଗା ପ୍ରକଳ୍ପ ଯୋଜନା ମଧ୍ୟ କରିଛନ୍ତି। ଏହି ଯୋଜନା ସହିତ ଟାଟା ଗ୍ରୁପର ଟାଇଟନ ଓ ଆରଆଇଏଲର ରିଲାଏନସ ଜ୍ୱେଲରୀ ସହିତ ଟକ୍କର ଦେବାକୁ ଗ୍ରୁପ ଅଣ୍ଟା ଭିଡିଛି। ସୂଚନା ଅନୁସାରେ ଆଦିତ୍ୟ ବିରଳା ଗ୍ରୁପ ଏବେ ବ୍ରାଣ୍ଡେଡ ସ୍ୱର୍ଣ୍ଣଳଙ୍କାର ବଜାରରେ ପ୍ରବେଶ କରିବାକୁ ଯାଉଛି।

ଆରମ୍ଭ ହେଲା RBIଙ୍କ ଏମପିସି ବୈଠକ, ଜୁନ ୮ରେ ମିଳିପାରେ EMIକୁ ନେଇ ଖୁସି ଖବର

ଏ ନେଇ ଗ୍ରୁପ ପକ୍ଷରୁ ଜାରି ବୟାନରେ ନୂଆ ଭେଞ୍ଚରର ନାମ ‘ନୋଭେଲ ଜ୍ୱେଲସ୍ ଲିମିଟେଡ’ ହେବ। ଯାହା ସାରା ଦେଶରେ ଜ୍ୱେଲରୀ ଷ୍ଟୋର ସବୁ ଖୋଲିବେ। ଯେଉଁଥିରେ ଇନ-ହାଉସ୍‌ ବ୍ରାଣ୍ଡର ଜ୍ୱେଲରୀ ଓ ଆଭୂଷଣ ବିକ୍ରୟ ଲାଗି ରଖାଯିବ। ପେଣ୍ଟସ୍‌ ଓ ବିଲ୍ଡିଂ ମେଟେରିଆଲ ନିମନ୍ତେ ବି୨ବି ଇ-କମର୍ସ ପରେ ଗତ ୨ ବର୍ଷରେ ଗ୍ରୁପର ଏହା ତୃତୀୟ ବଡ଼ ଭଞ୍ଚର। ଏହା ଛଡା ଗ୍ରୁପ ଆଦିତ୍ୟ ବିରଳା ଫ୍ୟାସନ ଏଣ୍ଡ ରିଟେଲ ଲିମିଟେଡ ନାମରେ ଏକ ବଡ ଫ୍ୟାସନ ରିଟେଲ ବିଜନେସ୍‌ ମଧ୍ୟ ଚଳାଉଛି। ଯେଉଁଥିରେ ମେଲ,ଫିମେଲ  ଗାରମେଣ୍ଟସ୍ ସହିତ ଫ୍ୟସନେବଲ ସାମଗ୍ରୀ ଓ ଜୋତା ବିକ୍ରି ହେଉଛି।

ଗ୍ରୁପ ପକ୍ଷରୁ ଦିଆଯାଇଥିବା ସୂଚନାର ଭେଞ୍ଚର ଲାଗି ସମସ୍ତ କର୍ମଚାରୀଙ୍କୁ ନୂଆ ରିକ୍ରୁଟ କରାଯାଇଛି। ଭାରତର ଜିଡିପିରେ ଜେମସ୍‌ ଏଣ୍ଡ ଜ୍ୱେଲରୀ ମାର୍କେଟର ମୋଟ  ଯୋଗଦାନ ପାଖାପାଖି ୭ ପ୍ରତିଶତ। ୨୦୨୫ ମସିହା ସୁଦ୍ଧା ଭାରତର ଜ୍ୱେଲରୀ ମାର୍କେଟ୍ ୯୦ ବିଲିୟନ ଡଲାରରୁ ବି ଅଧିକ ବଢିବାର ଅନୁମାନ କରାଯାଉଛି। ବିଶ୍ୱସ୍ତରରେ ସ୍ୱର୍ଣ୍ଣଳଙ୍କାର ଲାଗି ଭାରତ ସବୁଠୁ ବଡ଼ ବଜାର। ଏହା ସହିତ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତ ସ୍ୱର୍ଣ୍ଣ ଆମଦାନୀକାରୀ ଦେଶ ହୋଇଥିବା ବେଳେ ସୁନାରେ ତିଆରି ଅଳଙ୍କାରର ରତ୍ପାନୀକାରୀ ମଧ୍ୟ।

ୟୁପିଆଇ ଆପ୍‌ ଦ୍ୱାରା ଏଟିଏମ୍‌ ମେସିନ୍‌ରୁ ଉଠାଇ ହେବ ଟଙ୍କା; ଦରକାର ପଡ଼ିବନି ଏଟିଏମ୍‌ କାର୍ଡ

ଏଣୁ ଗ୍ରୁପ ଉପଯୁକ୍ତ ସମୟରେ ମାର୍କେଟ୍‌କୁ ପ୍ରବେଶ କରିବାକୁ ଯାଉଛି। ଯିଏ ଭାରତୀୟ ଉପଭୋକ୍ତାଙ୍କୁ ଉନ୍ନତ ଡିଜାଇନ ସହିତ ଜ୍ୱେଲରୀ ବିକିବାକୁ ପ୍ରସ୍ତୁତ। ଆଦିତ୍ୟ ବିରଳା  ଗ୍ରୁପର କାରବାର ମେଟାଲ, ପଲପ୍ ଏଣ୍ଡ ଫାଇବର, ସିମେଣ୍ଟ, କେମିକାଲ, କପଡା, କାର୍ବନ ବ୍ଲାକ୍‌, ଫାଇନାନସିଆଲ ସର୍ଭିସେସ୍, ଫ୍ୟାସନ ରିଟେଲ, ଏନାର୍ଜୀ ଓ ଟ୍ରେଡିଂ ଭଳି ସେକ୍ଟରରେ ବ୍ୟାପ୍ତ ରହିଛି। ଏଣୁ ‘ନୋଭେଲ ଜ୍ୱେଲସ୍ ଲିମିଟେଡ’ ଏବେ ବଜାରରେ କେବଳ ଟାଟା କି ରିଲାଅନ୍ସ ନୁହନ୍ତି ଜୟ ଲୁକାସ, କଲ୍ୟାଣ ଜ୍ୱେଲର ସମେତ ଅନ୍ୟ ବଡ଼ ବ୍ରାଣ୍ଡକୁ ମଧ୍ୟ ଟକ୍କର ଦେବ ବୋଲି ଜଣାପଡିଛି।

   Related Posts