‘ଆଦିପୁରୁଷ’କୁ ନେଇ ବଡ଼ ଅପଡେଟ୍, ଏହି ତାରିଖରେ ହେବ ରିଲିଜ୍
17/01/2023 at 9:54 PM

ନୂଆଦିଲ୍ଲୀ, ୧୭/୦୧: ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ଆଦିପୁରୁଷର ରିଲିଜ୍ ଡେଟ୍ ଘୋଷଣା ହୋଇଛି। ଏହି ଫିଲ୍ମ ୧୬ ଜୁନ୍ରେ ରିଲିଜ୍ ହେବାନେଇ ଘୋଷଣା କରିଛନ୍ତି ଫିଲ୍ମ ମେକର୍ସ। ଏହି ଫିଲ୍ମରେ ପ୍ରଭାସଙ୍କ ସହ ସୈଫ୍ ଅଲୀ ଖାନ୍ ନଜର ଆସିବେ। ଓମ ରାଉତଙ୍କ ନିର୍ଦେ୍ଦଶନାରେ ତିଆରି ହୋଇଥିବା ଏହି ଫିଲ୍ମର ପ୍ରଥମ ଲୁକ୍ ଜାରି ହେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା।
ଏହି ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ। ସେହିଭଳି ସୈଫ ଅଲୀ ଖାନ୍ ରାବଣ ଭୂମିକାରେ ନଜର ଆସିବେ। ସେହିଭଳି ସନୀ ସିଂହ ଲକ୍ଷ୍ମଣ ଚରିତ୍ରରେ ନଜର ଆସିବେ। ଫିଲ୍ମରେ ସୀତାଙ୍କ ଚରିତ୍ରରେ କ୍ରିତୀ ସାନନ୍ ନଜର ଆସିବେ। ସେହିଭଳି ହନୁମାନ ଭୂମିକାରେ ଦେବଦତ୍ତ ଗଜାନନ ନାଗେ ନଜର ଆସିବେ। ଫିଲ୍ମ ୫ ଟି ଭାଷାରେ ରିଲିଜ୍ ହେବ।
ସୂଚନାଯୋଗ୍ୟ, ଫିଲ୍ମର ପୋଷ୍ଟର ରିଲିଜ୍ ହେବା ପରଠାରୁ ଫିଲ୍ମ ବିବାଦ ମଧ୍ୟରେ ରହିଆସିଛି। ଏଥିରେ ସୈଫ ଅଲୀ ଖାନ୍ଙ୍କ ରାବଣ ଲୁକ୍କୁ ବେଶ୍ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ବିରୋଧ କରିଥିଲେ। ତେବେ ବର୍ତ୍ତମାନ ଫିଲ୍ମ ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହି ଫିଲ୍ମର ଲମ୍ବା ସମୟରୁ ଅପେକ୍ଷା ମଧ୍ୟ କରାଯାଉଥିଲା। ଏହି ଫିଲ୍ମକୁ ୩ଡି ଏବଂ ୨ଡିରେ ରିଲିଜ୍ କରାଯିବ।